ଲକ୍ଷ୍ମୀ ବସ ନାଁକୁ
ନେଇ ବଡ଼ ଅପେଡ଼ଟ ସାମ୍ନାକୁ ଆସିଛି । ଲକ୍ଷ୍ମୀ ବସ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି
ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଲକ୍ଷ୍ମୀ ବସ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା
କରାଯିବ । ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରତି
କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ । ପୂର୍ବରୁ
ଥିବା ବିଜେଡ଼ି ସରକାର ଏହି ଯୋଜନା ଆରମ୍ଭ
କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି
। ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତନ କରିବେ ନାଁ ସେହି ନାଁ ରହିବ
ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।