ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ଶପଥ ଗ୍ରହଣ କରିବାର 18 ଦିନ ବିତିଲାଣୀ । ତେବେ ସେ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା
ଆଲୋଚନା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଜୁଲାଇ 1 ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ
ମୁଖ୍ୟମନ୍ତ୍ରୀ କରିବେ ଶୁଣାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି 1 ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ
ମୁଖ୍ୟମନ୍ତ୍ରୀ କରିବେ ଶୂଣାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ
ଲୋକଙ୍କ ଅଭିଯୋଗ ଶୁଣିବେ ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ
ସୁରେନ୍ଦ୍ର କୁମାର । ଅଧିକାରୀଙ୍କ ସହ ଆଲୋଚନା
କରିବା ସହ ବ୍ୟାରିକେଡ଼ ବ୍ୟବସ୍ଥା ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ ସେନେଇ ଅଧିକାରୀଙ୍କ
ସହ କଥା ହୋଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ 30 ଜଣ ବସିବା ପାଇଁ
ବ୍ୟବସ୍ଥା ରହିବ । ସେଠାରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ । 2 ଦିନରେ ସୁବ ବ୍ୟବସ୍ଥା
କରିବାକୁ ନିର୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି ସଚିବ ।
ଖୁବଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ।