ଲଦାଖରେ ଘଟିଯାଇଛି
ଏକ ଅଭାବନୀୟ ଘଟଣା । ଟ୍ୟାଙ୍କ କ୍ରସିଂ ସମୟରେ ଭାରତୀୟ ସେନା ଏକ ବଡ଼ ବିପଦରେ ସାମ୍ନା କରିଛି ।
ଦୌଲତବେଗ ଓଲ୍ଡ଼ି ଅଂଚଳରେ ସେନାର ଯବାନ ଟ୍ୟାଙ୍କ
ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି
ଟ୍ୟାଙ୍କ ନଦୀରେ ଭାସି ଯାଇ 5 ଜଣ ଯବାନ ସହିଦ ହୋଇଛନ୍ତି ।4 ଜଣ ଯବାନ ଓ ଜଣେ ଜୁନିୟର କମିସନଡ଼ ଅଫିସର
ନଦୀ ପାର କରିବା ବେଳେ ଏହି ଦୁର୍ଘଣଟା ଘଟିଥିଲା । ଏହି ଦୁର୍ଘଟଣାରେ ସହିଦ 5 ଯବାନଙ୍କ ମଧ୍ୟରେ
ଜେସିଓ ମଧ୍ୟ ଅଛନ୍ତି । ଏବେ ସୁଦ୍ଧା 5 ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇସାରିଛି । ଟ୍ୟାଙ୍କ
ଅଭ୍ୟାସ ବେଳେ ଦୁର୍ଘଟଣା ନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଏହି ଦୁଃଖଦ
ଘଟଣା ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦୌଲତ ବେଗ ଓଲ୍ଡ଼ି
ଅଂଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଅଭ୍ୟାସ ଚାଲୁଥିଲା । ଟ୍ୟାଙ୍କ ଗୁଡ଼ିକ କିଭଳି ନଦୀ
ପାରି କରିବେ ସେନେଇ ଅଭ୍ୟାସ ଚାଲିଥିଲା । ଅଭ୍ୟାସ
ସମୟରେ ଟ୍ୟାଙ୍କ ନଦୀ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଚାନକ ନଦୀରେ ଜଳସ୍ତର ବୃଦ୍ଧି
ପାଇଥିଲା । ଯାହା ଫଳରେ ଟ୍ୟାଙ୍କ ନଦୀରେ ଭାସି ଯାଇଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କରେ 4 ରୁ 5
ଜଣ ଯବାନ ରହିଥିଲେ । ଟ୍ୟାଙ୍କ ଭାସିଯିବା ପରେ ଏବେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି ।