ଆଇପିଏସ ଆଶିଷ ସିଂ
ଙ୍କୁ ନେଇ ମୁଁହ ଖୋଲିଲେ ପୁଲିସ ଡ଼ିଜି ଅରୁଣ ଷଡ଼ଙ୍ଗୀ । ସେ କହିଛନ୍ତି ଆଶିଷ ଗତ ଜୁନ 3 ତାରିଖ
ଠାରୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏମିତିକି ଗତ 17 ତାରିଖରେ ପୁଲିସ ଜିଡ଼ି କ୍ୟାମ୍ପ
ଅଫିସରେ ଚାଲିଥିବା ଆଇନ ସଂଶୋଧନ ବୈଠକରେ କଧ୍ୟ ଯୋଗ ଦେଇଥିଲେ । ସେ ତାଙ୍କର ଡ଼୍ୟୁଟି ଯୋଗଦାନ
ରିପୋର୍ଟ ଏସ ଆଇ ଡ଼ବ୍ଲୁରେ ଦେଇଛନ୍ତି । ସମନ୍ବୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରି
ନାହିଁ । ଏବେ ଗୃହ ବିଭାଗକୁ ଏ ନେଇ ଅବଗତ କରାଇ
ଦିଆଯାଇଛି ।
ସୂଚନାଯାଗ୍ୟ ନିର୍ବାଚନ
ପ୍ରକ୍ରିୟା ଆରମ୍ଭ ହେଲା ପରେ ଆଶିଷ ସିଂହ ବିବାଦରେ ରହିଆସିଛନ୍ତି । ସେ ସିଧାସଳଖ ଶାସକ ଦଳ
ପାଇଁ କାମ କରୁଥିବାର ଅଭିଯୋଗ ରହିଥିଲା । ଏହାପରେ ନିର୍ବାଚନ କମିସନଙ୍କ ନିକଟରେ ମାମଲା
ପହଞ୍ଚିଥିଲା । ଫଳରେ ନିର୍ବାଚନ କମିସନଙ୍କ ନିର୍ଦେଶକ୍ରମେ ତାଙ୍କୁ କେନ୍ଦ୍ରାଞ୍ଚାଳ ଆଇଜି ପଦରୁ
ହଟାଯାଇଥିଲା । ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ବ ନଦେବା ପାଇଁ କମିସନ କହିଥିଲେ ।
ଏହାପରେ ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଥିଲେ । ତେବେ ମେ 4 ତାରିଖରୁ
ସ୍ବାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟିରେ ଯାଇଥିଲେ । ଛୁଟିରେ ରହି ସେ ବିଜେଡ଼ି ପାଇଁ କାମ
କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିଥିଲା । ଏହା ପରେ କମିସନଙ୍କ କହିବା ଅନୁଯାୟୀ
ଭୁବନେଶ୍ବର ଏମ୍ସେ ରିପାରର୍ଟ ଦେଇଥିଲେ । କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ
ନିକଟକୁ ପଠାଇବା ସହ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ
କରିଥିଲେ । କିନ୍ତୁ ଏହାପରେ ବି ଆଇପିଏସ ଆଶିଷ ସିଂହଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯାଇନି ।