ବଦଳିପାରେ ମେକ ଇନ
ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ମେକ ଇନ ଓଡ଼ିଶା ନାଁ ବଦଳାଇ ଇନଭେଷ୍ଟ ସମ୍ମିଟ ହୋଇପାରେ ।
ଯାହା ଜରିଆାରେ 2.5 ଳକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା
କହିଛନ୍ତି ଶିଳ୍ପମନ୍ତ୍ରୀ । ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ । ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ
କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଇଣ୍ଡିଷ୍ଟ୍ରିଆଲ କରିଡ଼ରକୁ ବିକଶିତ କରିବୁ ।
2027 ସୁଦ୍ଧା ବିକଶିତ କରିବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଓଡ଼ିଶାରେ ପ୍ରାକୃତିକ
ସମ୍ପଦ ପ୍ରଚୁର ମାତ୍ରାରେ ରହିଛି । ଏଠାରେ ପାଣି ଖଣି ଓ ଲମ୍ବା ସମୁନ୍ଦ୍ରତଟ ରହିଛି । ତେଣୁ ଏହା
ଜରିଆାରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ । ଶିଳ୍ପକୁ 100 ଦିନରେ ପ୍ଲାନ ରହିଛି । ତାହାର
ରୂପେରଖ ପ୍ରସ୍ତୁତ ଚାଲିଛି । ଏନେଇ ଖୁବଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ
ମନ୍ତ୍ରୀ ସମ୍ପଦ ସ୍ବାଇଁ ।