ଜମି ଦୁର୍ନୀତି
ମାମଲାରେ ଗତ ଜାନୁୟାରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ
ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୋରେନଙ୍କୁ ନିକଟରେ ପ୍ରବର୍ତନ ନିର୍ଦେଶାଳୟ ଦ୍ବାରା
ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ ମୁକ୍ତି ମୋର୍ଚା
ନେତା କୋଟି କୋଟି ଟଙ୍କା ମୂଲ୍ୟରେ ଜମି ହଡ଼ପ କରିବା ପାଇଁ କାଳ୍ପନିକ କାରବାର ଏବଂ ଜାଲ ଦଲିଲ
ମାଧ୍ୟମରେ ରେକର୍ଡ଼କୁ ନିୟନ୍ତ୍ରଣ କରୁଥିଲେ । ଜମି ଦଖଲ ପାଇଁ ସେ ଏକ ବଡ଼ ଯୋଜନା ଚଳାଇଥିଲେ ।
ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡ଼ି ତଦନ୍ତ ଜୋର ଧରିଥିଲା । ଇଡ଼ି ମାରାଥନ ପ୍ରଶ୍ନ
ଅଧିବେସନ ଆରମ୍ଭ କରିବାର କିଛି ଘଣ୍ଟା ପରେ ହେମନ୍ତ ଜାନୁଆରି 31 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ
ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦରେ ଥିବା ଗିରଫ ହେବାକୁ ଚାହୁଁନଥିବା ସୋରେନ ଇସ୍ତଫା ଦେବା
ପରେ ଯାଇ ଇଡ଼ି ହାତରେ ଗିରଫ ହୋଇଥିଲେ ।