ଟେଲିଭିଜନ ତାରକା ହିନା ଖାନ ଶୁକ୍ରବାର ଦିନ ତାଙ୍କୁ ସ୍ତନ କର୍କଟ ହୋଇଛି
ବୋଲି ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି । ସେ କର୍କଟ ରୋଗରେ ଆକ୍ରାନ୍ତ
ଏବଂ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନଷ୍ଟାଗ୍ରାମରେ ଜଣାଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ହିନା ଖାନ ଏକ ଲମ୍ବା ନୋଟ ସେୟାର କରିଛନ୍ତି । ଯେଉଁଥିରେ
ସେ କହିଛନ୍ତି ଯେ ସେ ଏହି ରୋଗକୁ ଦୂର କରିବା ପାଇଁ ସଂକଳ୍ପବଦ୍ଧ ଏବଂ ପ୍ରକୃତରେ ପ୍ରତିବଦ୍ଧ ।
ହିନା ନିଜ
ଇନଷ୍ଟାରେ ଲେଖିଛନ୍ତି ସମସ୍ତଙ୍କଚ ନମସ୍କାର । ସାମ୍ପ୍ରତିକ ଗୁଜବକୁ ଦୂର କରିବା ପାଇଁ ମୁଁ
ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତଙ୍କ ସହ କିଛି ଗୁରୁତ୍ବପୂଣ୍ଣ
ଖବର ବାଣ୍ଟିବାକୁ ଚାହେଁ । ମୋତେ ପ୍ରଥମ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ।
ମୁଁ ସମସ୍ତଙ୍କୁ ଆଶ୍ବାସନା ଦେବାକୁ ଚାହିୁଁଛି ଯେ ମୁଁ ଭଲ ଅଛି । ମୁଁ ଦୃଢ ସଂକଳ୍ପବଦ୍ଧ ଏବଂ
ଏହି ରୋଗକୁ ଦୂର କରିବା ପାଇଁ ପ୍ରକୃତରେ ପ୍ରତିବଦ୍ଧ ଅଟେ ।
ହିନ୍ଦୀ ଟେଲିଭିଜନ
ଇଣ୍ଡଷ୍ଟିର ହିନା ଖାନ ଏକ ଲୋକପ୍ରିୟ ନା । ଲୋକପ୍ରିୟ ଟେଲିଭିଜନ ସୋ ୟେ ରିସ୍ତା କ୍ୟାୟା
କେହଲତା ହୈ ଅକ୍ଷରା ଭାବରେ ଅଭିନୟ କରିବା ପରେ ଏକ ଘରୋଇ ନାମରେ ପରିଣତ ହୋଇଥିଲେ । ଏହି
ଅଭିନେତ୍ରୀ କସୌଟୀ ଜିନ୍ଦଗୀ କେ 2ରେ ମଧ୍ୟ ଏକ ଅଂଶ ଥିଲେ । ଯେଉଁଥିରେ ସେ କୋମୋଲିକା
ଭୁମିକାରେ ଅଭିନୟ କରିଥିଲେ । ତେବେ ସେ କିଛି ମାସ ପରେ ସୋ ଛାଡ଼ିଥିଲେ । ଏହି ଅଭିନେତ୍ରୀ ଖତେରେଁ
କେ ଖିଲାଡ଼ି ବିଗ ବସ11 ପରି ଟେଲିଭିଜନ ରିଆାଲିଟି ସୋ ରେ ମଧ୍ୟ ଭାଗ ନେଇଛନ୍ତି । ବିଗ ବସ 22ରେ
ସେ ରନର୍ସ ଅପ ହୋଇଥିଲା ।