ଶୁକ୍ରବାର ଦିନ ଦିଲ୍ଲୀ ଏନସିଆର ସହରର ପ୍ରବଳ ବର୍ଷା ହୋଇ ବାସିନ୍ଦା
ତଥା ଯାତ୍ରୀଙ୍କ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି ଏବଂ
ଅନେକ ନିମ୍ନାମାନର ଅଂଚଳରେ ଘରେ ପାଣି ପ୍ରବେଶ କରିଛି । ବର୍ଷା ହେବା କାରଣରୁ ଟ୍ରାଫିକ ଚଳାଚଳ
ଉପରେ ବି ଆଘାତ ଲାଗିଛି ।
ପାଣିପାଗ
ଅଧିକାରୀଙ୍କ କହିବା ଅନୁଯାୟୀ ଜାତୀୟ ରାଜଧାନୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ 15 ସେମି
ବର୍ଷା ହୋଇଛି । ମଧ୍ୟ ରାତ୍ର 2.30 ରୁ ସକାଳ 5.30 ପର୍ଯ୍ୟନ୍ତ ସଫଦରଜଙ୍ଗରେ ସହରର ମୁଖ୍ୟ ପର୍ଯ୍ୟବେକ୍ଷକ
148.5 ମିଲିମଟିର ବର୍ଷା ରେକର୍ଡ଼ ହୋଇଛି । ବର୍ଷା ସହରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ
1ର ଛାତର କିଛି ଅଂଶ କାର ଉପରେ ପଡ଼ିଯିବା ପରେ 6 ଆହତ ହୋଇଛନ୍ତି । ଟର୍ମିନାଲରୁ ସମସ୍ତ
ପ୍ରସ୍ଥାନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏବଂ ସୁରକ୍ଷା ବ୍ୟବସ୍ଥା ଭାବରେ ଚେକ ଇନ କାଉଣ୍ଟର
ବନ୍ଦ ରହିଛି ବୋଲି ଅଧିକାରୀମାନେ କହିଛନ୍ତି ।
ମଧ୍ୟ ରାତ୍ରିରୁ ଷୋହଳ ବିମାନ ଉଡ଼ାଣ ଏବଂ ବାରଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଟ୍ରାଫିକ
ପୁଲିସ ଅନେକ କ୍ଷେତ୍ରରେ ଡ଼ାଇଭର୍ସନ ଘୋଷଣା କରିଛି । ସହରର ଅନେକ ଜଳମଗ୍ନ ରାସ୍ତା ଏବଂ
ଅଣ୍ଡରପାସ ଉପରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।