ଇଂଲଣ୍ଡକୁ ହଟାଇ
ଟି 20 ବିଶ୍ବକପ ଫାଇନାଲରେ ପହଞ୍ଚିଲେ ଟିମ ଇଣ୍ଡିଆ
। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ 68 ରନରେ ହରାଇଲା ଭାରତ । ଚଳିତ ବିଶ୍ବକପରେ ଭାରତର
ଏହା ସର୍ବଶେଷ୍ଠ ପ୍ରଦର୍ଶନ । ରୋହିତ ଶର୍ମାଙ୍କ ନେତୃତ୍ବରେ ଡ଼ିଫେଣ୍ଠିଂ ଚାମ୍ପିୟନ ଇଂଲଣ୍ଡକୁ
ପରାସ୍ତ କରିଛି ଭାରତୀୟ ଟିମ । 29 ବାରବାଡ଼ୋସରେ ଦକ୍ଷିଣ ଆଫ୍ରିକା ସହିତ ଟାଇଟଲ ପାଇଁ ଲଢେଇ
କରିବ । ଟିମ ଇଣ୍ଡିଆ 10 ବର୍ଷ ପରେ ଟି -20 ବିଶ୍ବକପ ଫାଇନାଲକୁ ଉନ୍ନୀତ ହୋଇଛି । ଗୁରୁବାର
ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ମ୍ୟାଚରେ
ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଭାରତ
ପାଇଁ ଗୁରୁତ୍ବପୂଣ୍ଣ ଇନିଂସ ଖେଳିଥିଲେ । ଟସ ହରି ବ୍ୟାଟିଂ ପାଇଁ ଡ଼ାକରା ପାଇଁ ଭାରତ 20 ଓଭରରେ
ମୋଟ 171 ରନ କରିଥିଲେ । ଭାରତ 5.2 ଓଭରରେ 40 ରନ କରି ସଂଘର୍ଷ କରୁଥିବା ବେଳେ ରୋହିତ ଏବଂ
ସୂର୍ଯ୍ୟକୁମାର 73 ରଦ ଦୃଢ ଭାଗିଦାରୀ କରିଥିଲେ । ରୋହିତ 39 ବଲରେ 57 ରନ କରିଥିବା ବେଳେ
ସୂର୍ଯ୍ୟକୁମାର 36 ବଲରେ 47 ରନ କରିଥିଲେ । ଦ୍ବିତୀୟ ଇନିଂସରେ ଅକ୍ଷର ପଟେଲ 23 ରନ ବ୍ୟୟ କରି 3
ଓ୍ବିକେଟ ନେଇ ଇଂଲଣ୍ଡର ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ କୁଲଦୀପ ଯାଦବ ମଧ୍ୟ 4 ଓଭରରେ 19
ରନ ବ୍ୟୟ କରି 3 ଓ୍ବିକେଟ ସଂଗ୍ରହ କରିଥିଲେ । ଇଂଲଣ୍ଡ ପାଇଁ ହାରି ବୃକ ସର୍ବାଧିକ 25 ରନ ସ୍କୋ
କରିଥିଲେ ।