ସଂସଦରେ ଉଭୟ ଗୃହକୁ
ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା
ପ୍ରଶ୍ନପତ୍ର ଲିକ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏହା ଉପରେ
ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ
କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି ।
ପୂର୍ବରୁ ମଧ୍ୟ
ଅନେକ ସମୟରେ ବିଭିନ୍ନ ରାଜ୍ୟରେ ପେପର ଲିକ ଅଭିଯୋଗ ସାମ୍ନାକୁ ଆସିଛି । ରାଜନୈତିକ ଦଳ ଗୁଡ଼ିକ
ଏହି ପ୍ରସଙ୍ଗ ଉପରେ ରାଜନୀତି କରିବା ବଦଳରେ ସରକାରଙ୍କ ସହ ମିଶି ଏହାର ସମାଧାନ କାର୍ଯ୍ୟ କରିବା
ଉଚିତ ବୋଲି ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।
ଏହାସହ ନିଜ
ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି କେନ୍ଦ୍ର
ସରକାର ସମସ୍ତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଗତ 10 ବର୍ଷ
ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଉନ୍ନତି ଆାଣିବା ଦିଗରେ ଜୋର ଦେଉଛନ୍ତି ସରକାର । ଏବେ ସରକାର
ଭାରତକୁ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଆଗକୁ ନେବାକୁ ଅଗ୍ରସର ହେଉଛନ୍ତି । ଚାଷୀଙ୍କୁ
ଆର୍ଥିକ ସ୍ବଚ୍ଛଳ କରିବାକୁ ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରିଛନ୍ତି ସରକାର । ସରକାରୀ
ଯୋଜନାରେ ସମସ୍ତ ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି ।