ଓଡ଼ିଶାର ପରବର୍ତୀ
ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା । କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡ଼ର
ଓଡ଼ିଶାକୁ ଫେରାଇଦେବା ପରେ ବଢିଛି ଚର୍ଚ୍ଚା କେନ୍ଦ୍ରୀୟ
ଡ଼େପୁଟେସନରେ ଥିବା 1990 ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇ ଆଣିବା
ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା
ପରେ ସେ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଚର୍ଚ୍ଚା
ହେଉଛି । ଏବେ ମନୋଜ ଆହୁଜା କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାମ କରୁଛନ୍ତି ।
ମନେଜା ଆହୁଜା ଅନ୍ୟତମ ବରିଷ୍ଠ ଆଇଏଏସ ଅଧିକାରୀ
। ବର୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା 1989 ବ୍ୟାଚର ଆଇଏଏସ । ତାଙ୍କର ଛଅ
ମାସିଆ ବଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 30 ତାରିଖରେ ଶେଷ ହେଉଛି । ମନେଜା ଆହୁଜାଙ୍କ ସହ ନୀତିନ
ଚନ୍ଦ୍ରା, ସଞ୍ଜୀବ ଚୋପ୍ରା ଜି ଶ୍ରୀନିବାସ ତଥା ମନୋଜଙ୍କ ପତ୍ନୀ ଆରତି ଆହୁଜା 1990 ବ୍ୟାଚର
ଆଇଏଏସ । ଆରତି ଅବସର ନେଇ ସାରିଥିବା ବେଳେ ଅନ୍ୟମାନେ କେନ୍ଦ୍ରୀୟ ଡ଼େପୁଟେସନରେ ରହିଛନ୍ତି ।
ତେବେ ଏମାନଙ୍କ ମଧ୍ୟରୁ ମନୋଜ ଆହୁଜାଙ୍କୁ ବାଛିଛନ୍ତି ରାଜ୍ୟ ସରକାର । ନୂଆ ସରକାର ଆସିବା ସହ
ରାଜ୍ୟରେ ବ୍ୟୁରୋକ୍ରାସିର ଚେହେରା ବଦଳାଇବାକୁ ଚାହୁଁଛି ବିଜେପି ସରକାର । ଏଭଳି ସ୍ଥିତିରେ
ମନୋଜ ଆହୁଜାଙ୍କ ପରି ଜଣେ ନିରପେକ୍ଷ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଇପାରନ୍ତି
ରାଜ୍ୟ ସରକାର ।