ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ
ବର୍ଷା ହୋଇଛି । ଦିନ ପ୍ରାୟ 1ଟାରୁ ଆରମ୍ଭ ହୋଇଥିବା ବର୍ଷା ଅଢେଇ ଘଣ୍ଟା ଯାଏଁ ଛେଚିଛି ।
ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହିତ ହୋଇଛି । ଇସ୍କନ ମନ୍ଦିର ସମ୍ମୁଖ ପୁରୁଣା ଭୁବନେଶ୍ବରର
କିଛି ରାସ୍ତା କଟକେରାଡ଼ସ୍ଥିତ ବମିଖାଲରେ ବର୍ଷା ପାଣି 1ରୁ 2 ଫୁଟ ଉଚ୍ଚରେ ଜଳ ପ୍ରବାହିତ
ହୋଇଛି । ଫଳର ରାସ୍ତାରେ ଯାତାୟତ କରୁଥିବା ଲୋକ ନାହିଁ ନଥିବାର ହଇରାଣ ହୋଇଛନ୍ତି । ତଳିଆ
ଅଂଚଳରେ ପାଣି ଭର୍ତି ହୋଇଥିବା ଜଣାପଡ଼ିଛି । ଚଳିତ ବର୍ଷ ଡ଼୍ରେନଗୁଡ଼ିକ ସଫା କରାଯାଇ ନଥିବାରୁ
ରାସ୍ତାରେ ଜଳଭର୍ତି ହେଉଛି । ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର ଓ
କଟକରେ ଆହୁରି ବର୍ଷା ହେବ । ସେହିପରି ରାଜ୍ୟରେ ଆଗାମୀ 5 ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ
ବର୍ଷିବ । ଉତ୍ତର ପଣ୍ଚିମ ବଙ୍ଗୋପସାଗରରେ ଘୂଣ୍ଣିବଳୟ ସ୍ଥିତି ରହିବ । ପାଣିପାଗ ବିଭାଗ ପକ୍ଷରୁ
9 ଜିଳ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ ମାଲକାନଗିରି
କୋରାପୁଟ ନୂଆପଡ଼ା , ରାୟଗଡ଼ା, କନ୍ଧମାଳ , ଗଞ୍ଜାମ ଗଜପତି ବଲାଙ୍ଗୀର ନବରଙ୍ଗପୁର ରହିଛି