ପର୍ଯ୍ୟାୟକ୍ରମେ
ମଦ ବନ୍ଦ ଦେଇ ଅଣ୍ଟା ଭିଡ଼ିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଶାରେ ପ୍ରର୍ଯ୍ୟାୟକ୍ରମେ କମିବ ମଦ କାରବାର । କମିବ ନିଶା ବ୍ୟବହାର ।
ଏଥିପାଇଁ ଆଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ନିଶା ଦ୍ବାରା ସମାଜ କଳୁଷିତ ହେଉଛି । ସରକାରୀ
ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା
କରିବେ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ସମେତ
ବିଭିନ୍ନ ବିଭାଗ ସହ ଆଲୋଚନା ପରେ ପର୍ଯ୍ୟାୟକ୍ରମେ ନିଆଯିବ ପଦେକ୍ଷପ ।ଆଜି ଅନ୍ତର୍ଜାତୀୟ ନିଶା
ନିବାରଣ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ
ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ
ଗଣ୍ଡ ।