ଲୋକସଭା
ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ ବିର୍ଲା । ବାଚନିକ ଭୋଟ ଅନୁଯାୟୀ ଓମ ବିର୍ଲା ବାଚସ୍ପତି ଭାବେ
ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ଭାବେ
ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା । ଲଗାତାର
ଦ୍ବିତୀୟ ଥର ପାଇଁ ଓମ ବିର୍ଲା ଲୋକସଭାରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଓମ
ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ
ବିର୍ଲାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୃହକାର୍ଯ୍ୟ ଆରମ୍ଭରୁ ଏନଡ଼ଏର ବାଚସ୍ପତି ପ୍ରାର୍ଥୀ ଭାବେ
ବିର୍ଲାଙ୍ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ଏନଡ଼ିଏରେ ଥିବା
ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ତିଆ
ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଣ୍ଟରେ
ଥିବା ଦଳ ଗୁଡ଼ିକ ସମର୍ଥନ ଜଣାଇଥିଲେ । ତେଣୁ କାମଚଳା ବାଚସ୍ପତି ଭର୍ତୃହରି ମହତାବ ଧ୍ବନିମତ
ସଂଗ୍ରହ କରିଥିଲେ । ଯେଉଁଥିରେ ଓମ ବିର୍ଲା ବିଜୟୀ ହୋଇଥିବା ନେଇ ଗୃହରେ କହିଥିଲେ କାମଚଳା
ବାଚସ୍ପତି ଭର୍ତୃହରି ମହତାବ ।