ୟୁକ୍ରେନର ପ୍ରମୁଖ
ସହର କ୍ରିମିଆକୁ ରୁଷ ନିଜ ଦଖଲକୁ ନେଇସାରିଛି । ରବିବାର ଏହି ସହର ଉପରେ ଆମେରିକା ଓ ନାଟୋର ଯୁଦ୍ଧାସ୍ତ୍ର
ସହାୟତାରେ ୟୁକ୍ରେନ ଘାତକ ଆକ୍ରମଣ କରିଥିଲା ।
ଏଥିରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 15 ଜଣ ଆହତ ହୋଇଥିଲେ । ଏହି ଘଟଣାରେ ରୁଷ
ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆକ୍ରମଣ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ବିଶେଷତଃ ଆମେରିକାକୁ
ଦାୟୀ କରିଛି । ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ କହିଛନ୍ତି ଯେ ଏହି ଆକ୍ରମଣର ପରିମାଣ ନାଟୋ
ଭୋଗିବ । ଗତକାଲି ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିୀଥିଲେ ଆମେରିକାର ଆର୍ମି ଟେକ୍ଟିକାଲ ମିଜାଇଲ
ସିଷ୍ଟମ ଦ୍ବାରା ଆକ୍ରମଣ ହୋଇଛି । ରୁଷର ଏୟାର ଡ଼ିଫେନସ ସିଷ୍ଟମ ଦ୍ବାରା ଆକ୍ରମଣ ହୋଇଛି ।
ରୁଷର ଏୟାର ଡ଼ିଫେନସ ସିଷ୍ଟମ ଦ୍ବାରା ଏହାର ପ୍ରତିରୋଧ କରାଯାଇଥିଲା । କିନ୍ତୁ ଏହା କ୍ଲଷ୍ଟର ବୋମା ଥିବାରୁ କେତେକ ଜନବସତିରେ
ପଡ଼ିଥିଲା । ପୁଟିନ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାର ପ୍ରତିଜବାବ ନିଶ୍ଚିତ ମିଳିବ ବୋଲି
କହିଛନ୍ତି ।