ବ୍ୟାଙ୍କ ଅଫ ବରୋଦା
ର ନୂତନ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି
ଦିଆଯାଇଛି । ଏପରିକି ଉଦୀୟମାନ ତଥା ପ୍ରତିଭାବନ ଏବଂ ଉଚ୍ଚାକାଂକ୍ଷୀ ଭାରତୀୟ କ୍ରୀଡ଼ାବିତମାନେ
ବିଶ୍ବସ୍ତରରେ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବିତା କରିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ
ସହେଯାଗ କରିବା ପାଇଁ ବ୍ୟାଙ୍କର ଦୀର୍ଘଦିନର ନୀତି ସହିତ ଏହି ପଦେକ୍ଷପ ନିଆଯାଇଛି । 26 ବର୍ଷ
ବୟସ୍କ ସୁମିତ ନାଗଲଙ୍କୁ ବ୍ୟାଙ୍କ ପକ୍ଷରୁ ରଣନୀତିକ ଭାବେ ଏହି ସେଗମେଣ୍ଟ ପାଇଁ ଡ଼ିଜାଇନ
କରାଯାଇଥିବା ବିଭିନ୍ନ ପ୍ରଡ଼କ୍ଟ ସହିତ ଯୁବକ ଏବଂ ନୂଆ ପିଢିର ଗ୍ରାହକଙ୍କୁ ଟାର୍ଗେଟ କରାଯିବ ।
ସୁମିତ ବିଓବି ଏଣ୍ଡୋର୍ସର ଏକ ଭଲ ଲାଇନ ଅପରେ ସାମିଲ ହୋଇଛନ୍ତି । ଯେଉଁଥିରେ ବ୍ୟାଡ଼ମିଣ୍ଟନ
ତାରକା ପିଭି ସିନ୍ଧୁ ଏବଂ କ୍ରିକେଟର ଯୁବ ଆଇକନ ଶେଫାଲି ବର୍ମା ରହିଛନ୍ତି । ଏ ସମ୍ପର୍କରେ
ବିଓବିର ପରିଚାଳନା ନିର୍ଦେଶକ ସିଇଓ ଦେବଦତ୍ତ
ଚାନ୍ଦ କହିଛନ୍ତି । ଭାରତର କିଛି ପ୍ରତିଭାବାନ କ୍ରିଡ଼ା ପ୍ରତିଭାଙ୍କ ସହ ଭାଗୀଦାରି କରିବା ଏବଂ
ସେମାନଙ୍କ କ୍ୟାରିୟର ର ପ୍ରାରମ୍ଭରେ ସହଯୋଗ କରିବାର ସମୃଦ୍ଧ ପରମ୍ପରା ରହିଛି । ବିଓବି
ପରିବାରରେ ସୁମିତ ନାଗଲଙ୍କୁ ସ୍ବାଗତ କରି ଆମେ ବେଶ ଖୁସି ଅଛୁ । ସେହିଭଳି ସୁମିତ ନାଗଲ
କହିଛନ୍ତି ବିଓବି ସହ ସାମିଲ ହୋଇ ମୁଁ ଗର୍ବ ଅନୁଭବ କରୁଛି ଏବଂ ମୋ ଉପରେ ଭରସା ରଖିଥିବାରୁ
ସେମାଙ୍କୁ ଧନ୍ୟବାଦ ଜଣାଉଛି ।