ତାମିଲନାଡ଼ୁ
କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ଲେକାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ
ଜାତୀୟ ମାନାବାଧିକାର ଆୟୋଗ ସ୍ବତଃସ୍ସୃତ ଭାବେ ଗ୍ରହଣ କରିଛନ୍ତି । ଏହି ବିଷାକ୍ତ ମଦ ମୃତ୍ୟୁ
ଘଟଣାରେ ଏ ପର୍ଯ୍ୟନ୍ତ 38 ଜଣଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ସମେତ ବହୁ ସଂଖ୍ୟକ ଲୋକ
ହସ୍ପିଟାଲରେ ଭର୍ତି ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି
। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରି ଏନଏଚଆରସି ତାମିଲନାଡ଼ୁ
ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ନୋଟିସ ଜାରି କରି ଏକ ସପ୍ତାହ
ମଧ୍ୟରେ ବିସ୍ତୁତ ରିପୋର୍ଟ ମାଗିଛି । ଆୟୋଗ
କହିଛନ୍ତି ଯେ ଏହି ଖବରର ବିଷୟବସ୍ତୁ ଯଦି ସତ ହୁଏ ତେବେ ପୀଡ଼ିତଙ୍କ ବଂଚିବାର ଅଧିକାର ଉଲ୍ଲଂଘନ ଭଳି ଘଟଣା
ଘଟିଛି । ଏହି ରିପୋର୍ଟରେ ଏତଲାରେ ସ୍ଥିତି ଡ଼ାକ୍ତରଖାନାରେ ଭର୍ତି ହୋଇଥିବା ପୀଡ଼ିତାଙ୍କ ଚିକିସା
ଏବଂ ରାଜ୍ୟ ସରକାରଙ୍କ ଦ୍ବାରା କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ବଣ୍ଟନର ସ୍ଥିତିକୁ ଅନ୍ତର୍ଭୁକ୍ତ
କରାଯିବ ବୋଲି କମିଶନ ଆଶା ରଖିଛନ୍ତି । ଏହି ଦୁର୍ଘଟଣା ପାଇଁ ଦାୟୀ ଦୋଷି ଅଧିକାରୀଙ୍କ ବିରୋଧରେ
କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସା ନେଇ ମଧ୍ୟ କମିଶନ ରିପୋର୍ଟରେ ଉଲ୍ଲେଖ କରିବାକୁ
କହିଛନ୍ତି ।