ଶ୍ରୀମନ୍ଦିର
ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ
ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ
ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ବାରାନ୍ବିତ କରିବାକୁ ନବ ଯୌବନ ବନ୍ଦ କରିବାକୁ
ନିଷ୍ବତ୍ତି । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ
ଦିଆଯାଇଛି ।
ସଚଜନାଯୋଗ୍ୟ ଯେ ଜୁଲାଇ
7 ତାରିଖ ଅପରାହ୍ନ 5 ଟାରେ ଟଣାଯିବ ରଥ । ଛତିଶା ନିଯୋଗ
ବୈଠକରେ ଏହି ଗୁରୁତ୍ବପୂର୍ଣ ନିଷ୍ପତ୍ତି ହୋଇଛି । 53 ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି
। 1972 ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋସବ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତାଣୁ ଏଥର
ଦୁଇ ଦିନ ଧରି ରଥଟଣା ଯିବ । ଗୋଟିଏ ଦିନର ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରାସବ ଓ
ନବଯୌବନ ଦର୍ଶନ ପରେ ଜୁଲାଇ 7 ରିଖ ଅପରାହ୍ନରେ ରଥ ଟାଣିବାକୁ ନିଷ୍ବତ୍ତି କରିଛି ଶ୍ରୀମନ୍ଦିର
ପରିଚାଳନା କମିଟି । ଏଥର 15 ଦିନ ପରିବର୍ତେ 13
ଦିନ ଅଣସର ନୀତି ହେବ । ସେହିପରି ଦୁଇ ଦିନ ରଥଟଣା ପରେ 15 ଜୁଲାଇରେ ବାହୁଡ଼ା ଓ 17 ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।