ଆନ୍ଧ୍ରପ୍ରଦେଶରେ
ସରକାର ବଦଳିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟମନ୍ତ୍ରୀ ଭାବେ
ଶପଥ ନେବା ପରେ ଓ୍ବାଇଏସଆଇ କଂଗ୍ରେସ ପାର୍ଟିର
ଏକ ନିର୍ମାଣଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି । ଗୁଣ୍ଟୁର ଜିଲ୍ଲାର ତାଡ଼େପଲ୍ଲୀ
ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା ।
ଏହା ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଯାଇ ସ୍ଥାନୀୟ ଏନଏସି ପକ୍ଷରୁ ଏହାକୁ
ଭାଙ୍ଗିଦିଆଯାଇଛି । ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ଓ୍ବାଇଏସଆରସିପି ମୁଖ୍ୟ ଜଗମୋହନ ନିନ୍ଦା କରିବା ସହିତ ଚନ୍ଦ୍ରବାବୁ ନାଇଡ଼ୁ ଏକଛତ୍ରବାଦ
ଶାସନର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ।
ଅନ୍ୟ ପଟେ
ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଜନସାଧାରଣ । ଚନ୍ଦ୍ରବାବୁ ନାଇଡ଼ୁ କ୍ଷମତାକୁ ଫରିବା
ପରେ ଜଗମୋହନଙ୍କ ସରକାର ସମୟରେ ତାଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତିଶୋଧ ନେଇଛନ୍ତି
ବୋଲି ଲୋକେ କହୁଛନ୍ତି । 2019 ରେ ଚନ୍ଦ୍ରବାବୁଙ୍କ ଦଳ ପରାଜିତ ହୋଇଥିଲା । ଓ୍ବାଇଏସଆଇ କଂଗ୍ରେସ
କ୍ଷମତାକୁ ଆସିଥିଲା । ଏହା ପରେ ଜଗମୋହନ 2019 ଜୁନ 24 ରେ ଚନ୍ଦ୍ରବାବୁଙ୍କ ବାସଭବନ ପକ୍କା
ବେଦିକାକୁ ବୁଲଡ଼ୋଜର ଚଲାଇ ଭାଙ୍ଗିଥିଲେ । ସେତେବେଳେ ଏହି ଘଟଣାକୁ ନେଇ ଚର୍ଚାରେ ରହିଥିଲା ଆନ୍ଧ୍ରପ୍ରଦେଶ
ରାଜନୀତି ।