ରେଣୁକା ସ୍ବାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ଼ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ
ଦେଇଛନ୍ତି । ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ 40 ଳକ୍ଷ ଟଙ୍କା ଧାର
କରିଥିବା କହିଛନ୍ତି । ପୁଲିସ ଦର୍ଶନଙ୍କୁ ପଚରାଉଚରା କରିବା ସମୟରେ ସ୍ବୀକାର କରିଛନ୍ତି ଦର୍ଶନ । ପୁଲିସ ପକ୍ଷରୁ
କୁହାଯାଇଛି ଯେ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦର୍ଶନ ଜଣେ ସାଙ୍ଗଙ୍କ ଠାରୁ 40
ଲକ୍ଷ ଧାର କରିଥିଲେ । ଏହି ଟଙ୍କା ଜବତ କରିଛି ପୁଲିସ ।ଏଥିସହିତ 3ଜଣଙ୍କ ଏହି ଘଟଣାରେ ଗତ କିଛି
ଦିନ ତଳେ ଅଭିନେତା ଦର୍ଶନଙ୍କୁ ପୁଲିସ ଗିରଫ କରିଥିଲେ । ଜୁନ 8 ତାରିଖରେ ବେଙ୍ଗାଲୁରୁରୁ
ରେଣୁକା ସ୍ବାମୀ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାର ଦୁଇ ଦିନ ପରେ
ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲା ପୁଲିସ ।
ସୁଚନା ଅନୁସାରେ ରେଣୁକାସ୍ବାମୀ ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ
ପବିତ୍ରା ଗୌଡ଼ାଙ୍କୁ ସୋସିଆଲ ମିଡ଼ିଆରେ ଅଶ୍ଳିଳ ମେସେଜ କରୁଥିଲେ । ଏଥିରେ ରାଗିଯାଇ ଦର୍ଶନ
ରୋଣୁକାଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ । ଏହି ଘଟଣାରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ
ସମେତ 19 ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।