ଅଯୋଧ୍ୟା
ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ
ଦିକ୍ଷିତଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ସକାଳେ 86 ବର୍ଷରେ ତାଙ୍କର ପରିଲୋକ ଘଟିଛି । ସେ
ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ମଣିକର୍ନିକା ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା
ନେଇ ସୂଚନା ଦିଆଯାଇଛି । ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ସେ ରାମ ମନ୍ଦିରର ମୁଖ୍ୟ ପୂଜକ ଭାବେ ଦାୟିତ୍ବ
ତୁଲାଇ ଆସୁଥିଲେ । ଗତ ଜାନୁୟାରୀ 22 ତାରିଖରେ ଆଯୋଧ୍ୟା ରାମ ମନ୍ଦିରରେ ଭାଗବାନ ରାମ ଲାଲାଙ୍କ
ପ୍ରାଣ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଥିଲା । ଏହି କାର୍ଯ୍ୟକ୍ରମରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ମହାରାଷ୍ଟ୍ରରେ ସୋଲାପୁର ଜିଲ୍ଲା ନିବାସୀ
ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ବାରଣାସୀରେ ବରିଷ୍ଠ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ।