ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ
ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତିନୀତିଅନୁସାରେ 108 ଗରା ଜଳରେ
ମହାପ୍ରଭୁ ସ୍ନାନ ଶ୍ରୀଜଗନ୍ନାଥ, ବଡ଼ ଠାକୁା
ଶ୍ରୀବଳଭଦ୍ର , ଦେବୀ ସୁଭନ୍ଦ୍ର ଲବଂ ପ୍ରଭୁ ସୁଦର୍ଶନଙ୍କର ଦିବ୍ୟ ସ୍ନାନ ନୀତିସମ୍ପନ୍ନ ହୋଇଛି
। ସେବାୟତମାନେ 35 ଗରା ଜଳରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରିଛନ୍ତି ।ସେହିପରି ବଡ଼
ଠାକୁର ଶ୍ରୀବଳଭଦ୍ର 33 ଗରା ଏବଂ ଦେବୀ ସୁଭଦ୍ରା 22 ଗରା ସ୍ନାନ
କରିଛନ୍ତି । 18 ଗରା ଜଳରେ ଶ୍ରୀ
ସୁଦର୍ଶନଙ୍କ ସ୍ନାନ କରାଯାଇଛି । ଚତୁରର୍ଦ୍ଧାମୂର୍ତିଙ୍କ
ସ୍ନାନ ନୀତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମାଗମହୋଇ ଏହାକୁ
ଦର୍ଶନ କରିଥିଲେ । ସକାଳୁ ପ୍ରବଳ ଗରମ ଗୁଳୁଗୁଳି ହେଉଥିବାବେଳେ ସ୍ନାନ ସମୟରେ ପ୍ରବଳବର୍ଷା ହୋଇଥିଲା ।
ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜିତିନି ଠାକୁରଙ୍କ ସ୍ନାନ ଯାତ୍ରା ଦେଖିଥିଲେ । ଏହା ପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି
ସମ୍ପନ୍ନହୋଇ ଠାକୁରଙ୍କ
ଗଜବେଶ ଅନୁଷ୍ଠିତ ହେବ ।