କଂଗ୍ରେସ ଭବନରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ କରିଛନ୍ତି ଅସନ୍ତୁଷ୍ଟ
ଯୁବକ । ମୁହଁରେ ମୁଖା ପିନ୍ଧି କାଳିମାଡ଼ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । କାଳିମାଡ଼
କରିବା ସହ ପିପିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ କାଳି ମାଡ଼ର
ସଠିକ କାରଣ ଏଯାଏଁ ଜଣାପଡ଼ି ନାହିଁ । ଭିଡ଼ିଓ
ଅନୁସାରେ କିଛି ଯୁବକ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ । ତାଙ୍କ ସହ କଥା ହୋଇ ହାତ ମଧ୍ୟ
ମିଳାଇଲେ । କିନ୍ତୁ ହଠାତ ଲୁଚାଇ ରଖିଥିବା କାଳି ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ
। ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବାବଳେଳେ ଆଉ କିଛି ଖୋଲା ମୁହଁରେ ଥିଲେ ।