ଦିଳ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଉପରେ ରୋକ
ଲଗାଇଦେଇଛନ୍ତି । ଇଡ଼ିର ଅଭିଯୋଗ ପରେ ଦିଲ୍ଲୀ ହାଇୋକର୍ଟ ଆଜି ନିଷ୍ପତ୍ତି ରଖିଛନ୍ତି । ଏହି କାରଣରୁ
କେଜ୍ରିଓ୍ବାଲ ଏେବ ତିହାର ଜେଲରେ ରହିବେ । ଏହି କ୍ରମରେ ଟ୍ରାଏଲ କୋର୍ଟ ତରଫରୁ
କେଜ୍ରିଓ୍ବାଲଙ୍କୁ ମିଳିଥିବା ଜାମିନ ଉପରେ 24 ଘଂଟା ମଧରେ ରୋକ ଲଗାଇଛନ୍ତି । ଏବେ ହାଇକୋର୍ଟରେ
ଜାବାବ ସୁଆଲ ଚାଲିବ ଓ ଦୁଇ 3 ଦିନ ମଧ୍ୟରେ କୋର୍ଟ ନିଷ୍ପତ୍ତି ଶୁଣାଇ ପାରନ୍ତି । ସୁଚନା ଥାଉକି
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡ଼ି ତରଫରୁ କେଜ୍ରିଓ୍ବାଲଙ୍କୁ ଅଭିଯୁକ୍ତ କରାଯାଇ
ଗିରଫ କରାଯାଇଥିଲା । ଏହି ମାମଲାରେ ଗୁରୁବାର ଦିନ ଟ୍ରାଏଲ କୋର୍ଟର ଭେକେସନ ବେଞ୍ଚ ଶୁଣାଣି
କରି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଏହି ଜାମିନକୁ ଇଡ଼ି ବିରୋଧ
କରି ହାଇକୋର୍ଟରେ ଆବେଦନ କରିଥିଲା ।