ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ
2 ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ । ଆଜିଠାରୁ ଏହି ଅଭେଯୋଗ ଶୁଣାଣୀ ଆରମ୍ଭ ହେବ ।
ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ 3 ଟା ଠାରୁ 5 ଟା
ପର୍ଯ୍ୟନ୍ତ ଲେକାଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦେକ୍ଷପ ନେବେ
।ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ ଲୋକଙ୍କ
ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି । ବିଭିନ୍ନ ସମୟରେ ସେ
ଲୋକଙ୍କ ସହିତ ସହଜରେ ମିଶୁଛନ୍ତି । ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ବସନା ମଧ୍ୟ
ଦେଉଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି
ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦେକ୍ଷପ ନେଇଛନ୍ତି ।