ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ । ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ
ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କହିଛନ୍ତି । ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ
ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି ।
ଏଥର ଯୋଗ ଦିବସର ଥିମ ରହିଛି ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି
ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ଲଶଗି କ୍ରିଡ଼ା ଏବଂ
ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶର ସୂରଜଙ୍କୁ ଧନ୍ୟବାଦ ଜଣାଇଥଲେ । ଆଜି ପୁରୀ ଜିଲ୍ଲା କୋଣାର୍କରେ ଉପମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା ଏବଂ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂହେଦଓ ନୂଆପଲ୍ଲୀଠାରେ
ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାର ସୂଚନା
ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ
ଯୋଗ ସମାରୋହରେ ଯୋଗ ଦେଇଛନ୍ତି ।