ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ଜନ୍ମ ଦିନରେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ
କହିଛନ୍ତି, ରାଷ୍ଟ୍ରପତିଙ୍କ ଜୀବନ ଯାତ୍ରା କୋଟି କୋଟି ଲୋକଙ୍କୁ ଆଶା
ଆଣି ଦେଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “ରାଷ୍ଟ୍ରପତିଙ୍କୁ
ଜନ୍ମ ଦିନରେ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କର ଉଦାହରଣଯୋଗ୍ୟ ସେବା ଓ ଦେଶପ୍ରତି ଉତ୍ସର୍ଗୀକୃତ
ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଗରିବ ଓ ବଞ୍ଚିତ ବର୍ଗଙ୍କ ପ୍ରତି ତାଙ୍କ ସେବା ଆମକୁ
ଦିଗଦର୍ଶନ ଦିଏ । ତାଙ୍କ ଜୀବନ ଯାତ୍ରା କୋଟି କୋଟି ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ତାଙ୍କ
ଅଦମ୍ୟ ପ୍ରଚେଷ୍ଟା ଏବଂ ଦୂରଦର୍ଶୀ ନେତୃତ୍ୱ ପାଇଁ ଭାରତ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବ
। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।