ନିଟ ପେପର ଲିକ ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି । ବିହାର ଉପ ମୁଖ୍ୟମନ୍ତ୍ରୀ
ବିଜୟ ସିହ୍ନା ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ପିଏସ ପ୍ରୀତମ
ସଂଶ୍ଳିଷ୍ଟ ଥିବା ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତେଜସ୍ବୀଙ୍କ ପିଏସ ଏହି ପେପରଲିକ
ଘଟଣାରେ ମାଷ୍ଟରମାଇଣ୍ଡ ଥିବା ସିକନ୍ଦର ପାଇଁ ରୁମ ବୁକ କରିଥିଲେ । ବିଜୟ ସିହ୍ନା କହିଛନ୍ତି ଯେ
ନିଟ ପେପର ଲିକ ଘଟଣାର ଅଭିଯୁକ୍ତ ସିକନ୍ଦର କୁମାର ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ
ବେଶ ନିକଟତର ଅଟନ୍ତି । ସେ ତେଜସ୍ବୀଙ୍କ ପିଏସ ଜରିଆରେ ଏକ ଗେଷ୍ଟ ହାଉସ ବୁକ କରିଥିଲେ । ଖାଲି
ସେତିକି ନୁହେିଁ ବିଜୟ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ଏନଏଚଏଆଇର ଗେଷ୍ଟ ହାଉସ ବୁକ କରାଯାଇଥିଲା । ତେବେ
ଗେଷ୍ଟ ହାଉସରେ ରହିବା ପାଇଁ ତାଙ୍କ ପାଖରେ ଅନୁମତି ନଥିବେ ସତ୍ତ୍ବେ ମଧ୍ୟ ସେ ଗେଷ୍ଟ ହାଉସରେ ତେଜସ୍ବୀଙ୍କ
ଚାପରେ ରହିଥିଲେ ବୋଲି ବିଜୟ ସିହ୍ନା ଦାବି
କରିଛନ୍ତି ।
ସୂଚନାଯୋଗ୍ୟ ଯେ ପେପର ଲିକ ମାମଲାରେ ଅନୁରାଗ ଯାଦବ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି ।
ଯେଉଁଥିରେ ପେପର ଲିକ କରିଥିବା ବ୍ୟକ୍ତି ଏନଏଚଏଆଇ ଗେଷ୍ଟ ହାଉସରେ ରହିଥିବା ନେଇ କଥାରେ ଖୁଲାସା
ହେଇଥିଲା ।ସବୁଠୁ ବଡ଼ କଥା ହେଲା ଗେଷ୍ଟ ହାଉସରେ ଜଣେ ମନ୍ତ୍ରୀଙ୍କ ନାଁରେ ରୁମ ବୁକ କରାଯାଇଥିଲା
ବୋଲି କୁହାଯାଉଛି । ଯାହା କି ତେଜସ୍ବୀ ଯାଦବଙ୍କ ନାଁରେ ରହିଛି ବୋଲି ବିଜୟ ସିହ୍ନା ଦାବି କରୁଛନ୍ତି
।