ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ କାର ଉପହାର ଦେଲେ ଉତ୍ତର କୋରିଆ
ରାଷ୍ଟ୍ରପତି କିମ ଜୋନ ଉନ । ଆଉ ବନ୍ଧୁ କମିଙ୍କ ପାଇଁ ଡ଼୍ରାଇଭର ସାଜିଗଲେ ପୁଟିନ । କିମଙ୍କୁ
କାରରେ ବସାଇ ବୁଲାଇଛନ୍ତି ପୁଟିନ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏକ ଭିଡ଼ିଓ ଏବେ ପୂରା ବିଶ୍ବରେ ଚର୍ଚା
ପାଲଟିଛି । ପୁଟିନ ଓ କିମଙ୍କ ମଧ୍ୟରେ ଥିବା ବନ୍ଧୁତାର ସାକ୍ଷୀ ବନିଛି ପୂରା ବିଶ୍ବ ।
ପୁଟିନଙ୍କୁ ମିଳିଥିବା କାରର ଲମ୍ବ ରହିଛି 6.70 ମିଟର । ଏହାର ଓଜନ 2 ହଜାର 700 କିଲୋଗ୍ରାମ ।
ଏହି କାର ଯେତିକି ବିଳାସପୂଣ୍ଣ ସେତିକି ସୁରକ୍ଷିତ ମଧ୍ୟ । ଗୁଳି ଓ ବମ ଦ୍ବାରା ମଧ୍ୟ କାରକୁ
କ୍ଷତି ପହଞ୍ଚିବ ନାହିଁ । ଏହି କାରରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଖଞ୍ଜା ଯାଇଛି । ତେବେ
ଉତ୍ତର କୋରିଆ ଗସ୍ତରେ ଯାଇଥିବା ବେଳେ ପୁଟିନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଉତ୍ତର କେରିଆ
ରାଷ୍ଟ୍ରପତି କିମ ଜୋନ ବିମାନବନ୍ଦରରେ ପହଞ୍ଚି ପୁଟିନଙ୍କୁ ସ୍ବାଗତ ଜଣାଇଥିଲେ । ଦୁଇ ଦେଶ
ମଧ୍ୟରେ ଗୁରୁତ୍ବନୂଣ୍ଣ ଚୁକ୍ତି ହୋଇଥିବା ମଧ୍ୟ ଜଣାପଡ଼ିଛି । ଯୁକ୍ରେନ ସହ ଋଷର ଯୁଦ୍ଧ
ଚାଲିଥିବା ବେଳେ ଏହି ପୁଟିନଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ଗୋଟେ ପଟେ ଆମେରିକା
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନେଇ ସହେଯାଗ କରୁଥିବା ବେଳେ ଏବେ ଋଷ ଉତ୍ତର କୋରିଆଠାରୁ ଅସ୍ତ୍ର
ସହେଯାଗ ପାଇଁ ଚୁକ୍ତି କରିଥିବା ଚର୍ଚା ହୋଉଛି ।