ଟ୍ବେଣ୍ଟି 20 ବିଶ୍ବକପରେ ସୁପର ଏଇଟ ପର୍ଯ୍ୟାୟରେ
ଆଫଗାନିସ୍ତାନ ବିପକ୍ଷରେ ଖେଳି ଆଜି ଭାରତ ଅଭିଯାନ ଆରମ୍ଭ କରିବ । ପ୍ରଥମ ସଂସ୍କରଣର ଚାମ୍ପିଆନ
ଭାରତ ଲିଗ ପର୍ଯ୍ୟାୟରେ 4 ଟିରୁ 3 ଟି ଜିଥିଥିବା ବେଳେ କାନାଡ଼ା ବିପକ୍ଷ ମ୍ୟାଚ ବାତିଲ
ହୋଇଥିଲା । ପାକିସ୍ତାନକୁ କଡ଼ା ମୁକାବିଲା ପରେ ପରାସ୍ତ କରିବା ପରେ ଭାରତ ସୁପର ଏଇଟ ଖେଳିବା
ନିଶ୍ଚିତ ହୋଇ ଯାଇଥିଲା । ଅନ୍ୟପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ 3 ଟି ମ୍ୟାଚ ଜିତି ସୁପର
ଏଇଟ ଖେଳିବା ନିଶ୍ଚିତ ହୋଇ ଯାଇଥିଲା । ଅନ୍ୟପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ 3ଟି ମ୍ୟଚ
ଜିତି ସୁପର ଏଇଟ ଖେଳିବା ନିଶ୍ଚିତ କରି ସାରିଥିଲା । ନ୍ୟୁଜିଲାଣ୍ଡକୁ ଏହା ବଡ଼ ବ୍ୟବଧାନରେ
ପରାସ୍ତକରି ବିଦାୟ ଦେଇଥିଲା । ତେବେ ଶେଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡଜିଠାରୁ 104 ରନରେ ବଡ଼
ବ୍ୟବଧାନରେ ଆଫଗାନିସ୍ତାନ ପରାସ୍ତ ହୋଇଥିଲା ।ଗୁରୁବାରର ମ୍ୟାଚରେ ଭାରତ ଫେଭରିଟ ଥିଲେ ହିଁ
ଆଫଗାନିସ୍ତାନ ଏହାକୁ ଚକିତ କରିବାରେ ସମ୍ପୂର୍ଣ ଭାବେ ସକ୍ଷମ । ଆମେରିକାରେ ପିଛ ସମୀକ୍ଷା
ଓ୍ବେଇଣ୍ଡିଜର ପିଚ ଭିନ୍ନ । ଏଠାକାର ପିଚ ବ୍ୟାଟିଂକୁ ସୁହାଇବା ଏବଂ ସ୍ପିନର ମଧ୍ୟ ଏଥିରୁ
ଫାଇଦା ପାଇବେ । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଅଦ୍ୟାବିଧି 8 ଟି ଟ୍ବେଣ୍ଟି 20 ମ୍ୟାଚ ଖେଳାଯାଇଛି
। ଭାରତ 7 ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଚଳିତବର୍ଷ ଉଭୟ ଦଳଙ୍କ
ମଧ୍ୟରେ 3 ମ୍ୟାଚର ଟ୍ବେଣ୍ଟି 20 ଶୃଙ୍ଖଳ ଖେଳା ଯାଇଥିଲା । ଘରୋଇ ଭାରତ ଏହାକୁ 3-0ର ଜିତି
ନେଇଥିଲା । ଅଦ୍ୟାବଧି ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛି । ଆଫଗାନିସ୍ତାନ ପାଇଁ ଦୁଇ
ଓପନର ଭଲ ପ୍ରଦର୍ଶନ କରିଛନ୍ତି ।