ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ
ମିଳିଲାନି ଆଶ୍ବସ୍ତି । ବୁଧବାର ତାଙ୍କୁ ପୁଣିଥିରେ ରାଉଜ ଆଭିନ୍ୟୁ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କର
ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ 3 ତାରିଖ ପର୍ଯ୍ୟନ୍ତ
କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ କୋର୍ଟ
କେଜ୍ରିଓ୍ବାଲଙ୍କୁ ଜାମିନ ଦେବାକୁ ସିଧା ସିଧା ମନା କରିଦେଇଥିଲେ ।
ସୂଚନାଯୋଗ୍ୟ ଗତ ଶୁଣାଣି ସମୟରେ କୋର୍ଟ କେଜ୍ରିଓ୍ବାଲଙ୍କ ଜାମିନ ଦେଇନଥିଲେ । ବରଂ
ତାଙ୍କ ନ୍ୟାୟିକ ହେପାଜତକୁ ଜୁନ 19 ତାରିଖ ଯାଏଁ ବୃଦ୍ଧି କରିଥିଲେ । ଏହାପରେ ବୁଧବାର ତାଙ୍କ
ନ୍ୟାୟିକ ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଭିଡ଼ିଓ କନଫରେନ୍ସଂ ଜରିଆରେ ତିହାର ଜେଲରୁ
କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଜୁଲାଏ 3 ଯାଏଁ
ବୃଦ୍ଧି କରିଛନ୍ତି ।