ଜଳୁଛି ଭାରତ , ଚାରିଆଡ଼େ ଗ୍ରୀଷ୍ମର
ପ୍ରବାହ ଜାରି ରହିଛି । 9 ରାଜ୍ୟରେ ଉତ୍ତାପ ଅଧିକ ଥିବାବେଳେ ଶତାଧିକ ଲୋକଙ୍କ ଗ୍ରୀଷ୍ମ
ପ୍ରବାହ ନେଇ ଜୀବନ ଗଲାଣି । ସେପଟେ ରେଡ଼ ଆଲର୍ଟରେ ଉତ୍ତରପ୍ରଦେଶ , ହରିୟାଣା , ଦିଲ୍ଲୀ, ଚଣ୍ଡିଗଡ଼,
ଜମ୍ମୁ , ହିମାଚଳ ପ୍ରଦେଶ , ପଞ୍ଜାବ , ରାଜସ୍ଥାନ , ବିହାର ଓ ଝାଡ଼ଖଣ୍ଡ । ଅସହ୍ୟ ତାତି ଯୋଗୁଁ ଉତ୍ତରପ୍ରେଦଶରେ ମୃତ୍ୟୁ
170ରେ ପହଞ୍ଚିଥିବା ବେଳେ କେବଳ ବାରଣାସୀରେ 33 ଜଣଙ୍କ ସମେତ ପୂର୍ବାଞ୍ଚଳରେ 4 ଟି ଜିଲ୍ଲାରେ
50 ଜଣ ପ୍ରାଣ ହରାଇଛନ୍ତି । ଗାଜିପୁର , ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ
ଓ ହିଟ ଷ୍ଟ୍ରୋକ ଯୋଗୁଁ 17 ଜଣଙ୍କ ମୃତ୍ୟୁ ଘଟିଛି । ବୁନ୍ଦେଲଖଣ୍ଡ ଓ କାନପୁର ଡ଼ିଭିଜନରେ
ସ୍ଥିତି ଆହୁରି ଭୟଙ୍କର ରହିଛି , ଏଠାରେ ପାଖାପାଖି 100 ଜଣ ପ୍ରାଣ ହରାଇଥିବାବେଳେ କାନପୁରରେ
ସର୍ବାଧିକ 26 , ହମିରପୁରରେ 19, ଚିତ୍ରକୁଟରେ 14, ଫତେପୁରରେ 13, ସେହିପରି ପ୍ରୟାଗରାଜରେ 8,
କୌଶାମ୍ବିର 5 , ପ୍ରତାପଗଡ଼ରେ 2 ଜଣଙ୍କର ଗ୍ରୀଷ୍ମ ପ୍ରବାହ ନେଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସେହିପରି ନୋଏଡ଼ାରେ 14 ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଗରମ ପ୍ରଭାବ ନେଇ ଚାରିଆଡ଼େ ଜନଜୀବନ
ଅସ୍ତବ୍ୟସ୍ତ । ଅତ୍ୟଧିକ ଗରମ ଯୋଗୁଁ ଏଭଳି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।