ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର
ରାଜଗିରଠାରେ ନିର୍ମିତ ନାଳନ୍ଦା ବିଶ୍ବବିଦ୍ୟାଳୟ ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହି
ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ବବିଦ୍ୟାଳୟକୁ ବି ବୁଲି ଦେଖିଥିଲେ । 1749 କୋଟି ଟଙ୍କା ବିନିବମୟରେ ଏହି ନୂତନ କ୍ୟାମ୍ପସ ନିର୍ମାଣ
କରାଯାଇଛି । ଏଥିରେ 2 ଟି ଏକାଡ଼େମିକ ବ୍ଲକ ରହିଛି ଯେଉଁଥିରେ ମୋଟ 40 ଶ୍ରେଶୀଗୃହ କରାଯାଇଛି ।
1900 ଛାତ୍ରଛାତ୍ରୀ ଶ୍ରେଣୀଗୃହଗୁଡ଼ିକରେ ବସି ଅଧ୍ୟୟନ କରିପାରିବେ । ଏହା ସହିତ ନୂତନ
କ୍ୟାମ୍ପସରେ 300 ଆସନ ବିଶିଷ୍ଟ 2 ଟି ଅଡ଼ିଟେରିୟମ , 550 ଛାତ୍ରଛାତ୍ରୀ ରହିଲା ଭଳି ହଷ୍ଟେଲ , ସ୍ପୋର୍ଟ୍ସ
କମ୍ପେଲକ୍ସ ରହିଛି । ନୂଆ କ୍ୟାମ୍ପସରେ ବିଭିନ୍ନ ଫଟୋ ଏବେ ସାମାଜିକ ଗଣମାଧମରେ ଦେଖିବାକୁ
ମିଳିଛି ।
5ମ ଶତାଦ୍ଦୀରେ ପ୍ରତିଷ୍ଠା ହୋଇଥିବା
ଏହି ବିଶ୍ବବିଦ୍ୟାଳୟ ବହୁ ବୁଦ୍ଧିଜୀବୀଙ୍କୁ ଜନ୍ମ ଦେଇଛି । ଦ୍ବାଦଶ ଶତାଦ୍ଦୀରେ
ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା ଯାହା ଫଳରେ ଏହାର ଅସ୍ତିତ୍ବ ବିପଦରେ ସୃଷ୍ଟି
ହୋଇଥିଲା । 2016 ରେ ଏହାକୁ ଜାତିସଂଘ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନିତ କରାଯାଇଥିଲା । ଏହାର
ରକ୍ଷଣାବେକ୍ଷଣ ପାଇଁ ସରକାର ଉଦ୍ୟମ କରିବା ସାଙ୍ଗକୁ ଏହା ନିକଟରେ ନୂତନ କ୍ୟାମ୍ପସ ନିର୍ମାଣ
କରାଯାଇଛି । ନୂଆ କ୍ୟାମ୍ପସର ବିଶେଷତ୍ବ ହେଲା ଏଥିରେ ଅନେକଗୁଡ଼ିଏ ପରିବେଶ ଅନୂକୁଳ ଅତ୍ୟାଧୂନିକ
ବ୍ୟବସ୍ଥା ପାଇଁ ସୌରଶକ୍ତି ଉପାଦନ ବ୍ୟବସ୍ଥା ହୋଇଛି ।