ବିଜେପିର ବାଚସ୍ପତି
ହେଲେ ରଣପୁର ବିଧାୟକ ସୁରମା ପାଢୀ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ
କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ , 2 ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର
ଦାଖଲ କରିଛନ୍ତି ସୁରମା ପାଢୀ । ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ
ବସିଥିଲା । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘସମୟ ଧରି ମାନସମନ୍ଥନ ଚାଲିଥିଲା
। ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ
ଘୋଷଣା ହୋଇଛି । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ନିନ୍ଦ୍ବନ୍ଦ୍ବରେ ନିର୍ବାଚିତ
ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେହିଭଳି
ବିରୋଧୀ ଦଳ ପକ୍ଷରୁ ଏଯାଏଁ କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଯାଇନାହିଁ ।
ରଣପୁର ବିଧାୟିକା ଥିବା ସୁରମା ପାଢୀ ଏହା ପୂର୍ବରୁ ବିଜେଡ଼ି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ
ଭାବେ ଦାୟିତ୍ବ ତୁଲାଇଥିଲେ । ବିଧାନସଭା କେମିତି ପରିଚାଳିତ ହୁଏ ସେନେଇ ସୁରମାଙ୍କର ଯଥେଷ୍ଟ
ଅନୁଭବ ରହିଛି । ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା
କାର୍ଡ଼ ଖେଳିଛି ବିଜେପି ।