ଡ଼ିପଥେରିଆ
ସନ୍ଦେହରେ ଥାଆମୂଳ ରାମପୁର ବ୍ଲକ ସରଫାସ ଗାଁର 4 ଜଣ ଶିଶୁ ଏବଂ ଭୂରଭୂରି ଟେମରି ଗାଁର ଜଣେ
ଶିଶୁ ଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତି
କରାଯାଇଛି । ସେମାନେ ହେଲେ ସରାଫାସ ଗାଁର ଲବ ମାଝି ,କୁଶ ମାଝି ,
ଅଜୟ ମାଝି ,ଶଙ୍କର ମାଝି ଏବଂ ଇନ୍ଦ୍ର ମାଝି ।
ଥୁଆମୂଳ ରାମପୁର ଡ଼ାକ୍ତରଖାନା ର ଭାରାପ୍ରାପ୍ତ ମେଡ଼ିକାଲ ଅଫିସର ଡ଼ାକ୍ତର ନୀତିଶ ଝାଙ୍କ ନେତୃତ୍ବ ରେ ସ୍ବାସ୍ଥ୍ୟ ବିଭାଗ ର ଏକ 13 ଜଣିଆ ଟିମ ମଙ୍ଗଳବାର
ଇନ୍ଦ୍ରାବତୀ ଜଳଭଣ୍ଡାର ଅଂଚଳକୁ ଯାଇଥିଲେ । ସେଠାରେ କିଛି ଶିଶୁଙ୍କୁ ପ୍ରାଥମିକ ଚିକିତ୍ସାଦେବା ସହିତ 5 ଜଣଙ୍କୁ
ଭବନୀପାଟଣା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେମାନଙ୍କ ସହିତ
ମୁନୁଷ ପଦର ଗାଁକୁ ଫେରି ଥଣ୍ତା ଜ୍ବରରେଆକ୍ରାନ୍ତ ଥିବା ଅନ୍ୟ ଦୁଇ
ଜଣ ବୟସ୍କ ଙ୍କୁମଧ୍ୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଆଜି ସେମାନଙ୍କ ସ୍ବାବ ଟେଷ୍ଟ କରାଯିବ ପରେ
ପରବର୍ତି ଚିକିତ୍ସାକରାଯିବ ବୋଲି ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆଜି ଥୁଆମୂଲ ରାମପୁରଅଂଚଳର
ସ୍ବାସ୍ଥ୍ୟ କର୍ମୀଙ୍କ ଏକ ଟିମ ସମ୍ପୃକ୍ତ ଅଂଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି ।
ତେବେ ଗତ 9
ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମୁନିସପଦର ଗାଁକୁ ସାରାଫାସ ଗାଁର କିଛି
ଲୋକ ଯାଇଥିଲେ । ସେଠାରେ ଫେରିବା ପରେ ସରଫାସ ଗାଁର ଜଣେ ବାଳକ ର ମୃତ୍ୟୁ ଘଟିଥିଲା । ରାଜ୍ୟ
ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଏହି ଖବର ପାଇ ଜିଲ୍ଲା
ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ
ଅଂଚଳ ଗସ୍ତ କରି ସ୍ଥିତି ର
ଅନୁଧ୍ୟାନ କରିଥିଲେ । ପରେ ଜଳଭଣ୍ଡାର
ଅଂଚଳ ର ସରାଫାସ ଗାଁକୁ ଯିବା ପରେ କିଛି ଶିଶୁ ଏବଂ ବାଳକ ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ଟିମ ଜାଣି ପାରି ଚିକିତ୍ସା
ଆରମ୍ଭ କରିଥିଲା।