ଆଜି ଭୁବେନଶ୍ବରରେ ୟୁନିଟ 3 ଅଂଚଳରେ ମସଜିଦ
କଲୋନୀର ମୁକୁଳେ ଡ଼୍ରେନରେ ପଡ଼ି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ
ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା
ଘୋଷଣା କରିଛନ୍ତି । ଏହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପ୍ରଦାନ କରାଯିବ । ଆଜି
ୟୁନିଟ 3 ମସଜିଦ ପାଖରୁ ଜଣେ ବାଳକ ଡ଼୍ରେନରେ ଭାସିଯାଇଥିଲା । ପରିବାର ଲୋକ ଖୋଜାଖୋଜି କରିବା
ପରେ ବି ପାଇନଥିଲେ । ପରେ ଓଡ଼୍ରାଫ ଟିମ ସଦସ୍ୟ ଅପରେସନ ଆରମ୍ଭ କରିଥିଲେ । ପରେ ବାଳକ ଓସ୍କାର
ସିଟି ପାଖରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡ଼ାକ୍ତର
ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।