ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା । ଆଜି ବାରଣାସୀରୁ ଦେଶର 9 କୋଟିରୁ ଉଦ୍ଧ୍ବର ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଉତ୍ତରପ୍ରଦେଶ ବାରଣାସୀରୁ ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ 9 କୋଟି 26 ଲକ୍ଷ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପିଏମ କିଷାନ ଟଙ୍କା । 17 ତମ କିସ୍ତିରେ 20 ହଜାର କୋଟି ଟଙ୍କା ଡ଼ିବିଟି ଜରିଆରେ ଚାଷୀଙ୍କ ଖାତାକୁ ଯାଇଛି । 2 ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆାକାଉଂଟକୁ ଯାଇଛି । ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ 2019 ଫେବ୍ରୁଆାରୀ 24 ତାରିଖରେ ପିଏମ କିଷାନ ସମ୍ମନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ 16 ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ସାରିଲେଣି ।2023 – 24 ରେ ଓଡ଼ିଶାର 30 ଲକ୍ଷରୁ ଅଧିକ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି ।