ପ୍ରସିଦ୍ଧ
ଗାୟିକା ଅଲକା ୟାଗ୍ନିକ ବିରଳ ସ୍ବାସ୍ଥ୍ୟ
ସମସ୍ୟାର ପୀଡ଼ିତ । ପ୍ରାୟ 4 ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ
ମନୋରଞ୍ଜନ କରି ଆସୁଥିବା ଅଲକା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା
ଦେଇଛନ୍ତି ।
ଏକ ପୋଷ୍ଟରେ ଅଲକା
ଲେଖିଛନ୍ତି ଯେ ସେ ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି । ଯାହା ତାଙ୍କ ଶ୍ରବଣ ଶକ୍ତିକୁ
ପ୍ରଭାବିତ କରୁଛି । ଡ଼ାକ୍ତରଙ୍କ ମୁତାବକ ଏକ ସଂକ୍ରମଣ କାରଣରୁ ତାଙ୍କଠାରେ ଏହି ସମସ୍ୟା ଦେଖାଦେଇଛି
। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିକାବୁ ଅନୁରୋଧ କରିଛନ୍ତି ।ନିଜ
ସ୍ବାସ୍ଥ୍ୟ ସମୟରେ ସୂଚନା ଦେଇ ଅଲକା ଲେଖିଛନ୍ତି କିଛି ସପ୍ତାହ ପୂର୍ବରୁ ଏକ ବିମାନରୁ ଓହ୍ଲାଇବା
ପରେ ହଠାତ ତାଙ୍କ ଶ୍ରବଣ ଶକ୍ତି କମିଯାଇଥିବା ସେ ଅନୁଭବ କଲେ । ଆହୁରି କହିଛନ୍ତି ଯେ କିଛି
ସପ୍ତାହ ଧରି ଏହାକୁ ସ୍ବୀକାର କରିବାକୁ ସାହାସ ଜୁଟାଇବା ପରେ ସେ ବର୍ତମାନ ଲୋକଙ୍କୁ ଏ ବିଷୟରେ
ଜଣାଇବାକୁ ଚାହୁଁଛନ୍ତି । ଯେଉଁମାନେ କିଛିଦିନ ଧରି ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ
ଥିଲେ । ସେ ଲୋକଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ସେ
ଉଚ୍ଚ ସ୍ବର ଏବଂ ହେଡ଼େଫୋନରେ ଅତ୍ୟଧିକ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି ।