ସଂସଦ ଅଧିବେସନ
ପୂର୍ବରୁ ଲେକସଭା ବାଚସ୍ପତି ପଦକୁ ନେଇ ସସପେନସ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟାରେ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ
ହେବାକୁ ଯାଉଛି ।ମିଳିଥିବା ସୂଚନା
ଅନୁଯାୟୀ 24 ଜୁନରେ ହେବାକୁ ଥିବା 2024 ସାଧାରଣ ନିର୍ବାଚନ ପରେ ପ୍ରଥମ ସଂସଦ ଅଧିବେଶନ
ପୂର୍ବରୁ ହେବାକୁ ଥିବା ବୈଠକରେ ଏନଡ଼ିଏ ନେତାମାନେ
ଅଧିବେସନ ସମୟରେ ଏନଡ଼ିଏ ସହଯୋଗୀଙ୍କ ମଧ୍ୟରେ ଉତ୍ତମ ଫ୍ମୋର ସମନ୍ବୟ ସୁନିଶ୍ଚିତ କରିବାର ଉପାୟ
ଉପରେ ଆଲୋଚନା କରିବେ । ଯେଉଁଥିରେ ବାଚସ୍ପତି ପଦ ପାଇଁ ମଧ୍ୟ ହେବାକୁ ଥିବା ନିର୍ବାଚନ ସଂପର୍କରେ
ଆଲୋଚନା ହେବ ।
ପ୍ରସଙ୍ଗକ୍ରମେ
ଉଲ୍ଲେଖଯୋଗ୍ୟ ବାଚସ୍ପତି ପଦ ପାଇଁ ମେଣ୍ଟ ସହଯୋଗୀ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ସହମତି
ସୃଷ୍ଟି କରିବା ପାଇଁ ରାଜନାଥ ସିଂହଙ୍କୁ ଦାହିତ୍ବ ଦିଆଯାଇଛି । ନିୟମ ଅନୁଯାୟୀ ଉପବାଚସ୍ପତି ପଦ
ନଦେଲେ ବିରୋଧୀ ଇଣ୍ଡିଆ ମେଣ୍ଟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି ।
ତେଣୁ ନିର୍ବାଚନ ଏଡ଼ାଇବାକୁ ମେଣ୍ଟ ସହଯୋଗୀ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ସହମତି ସୃଷ୍ଟି
କରି ବାଚସ୍ପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ବିଜେପି ଚାହୁଛି ।ଜୁନ 26
ତାରିଖରେ ଲୋଭସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।