ପ୍ରତି ଗ୍ରାମକୁ ସଂଯୋଗ
ହେବ ପିଚୁ ରାସ୍ତା । ଆଉ ଖଟିଆରେ ବୁହା ହେବେନି ରୋଗୀ । 100 ଜନ ସଂଖ୍ୟା ବିଶିଷ୍ଟଗାଁକୁ ପିଚୁ
ରାସ୍ତା ସଂଯୋଗ କରାଯିବ ବୋଲି ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି । ଗାଁ ଗୁଡ଼ିକର ତାଲିକା
ପ୍ରସ୍ତୁତ ସରିଛି । ପିଏମଜନମନ ଯୋଜନାରେ ପ୍ରମିଟିଭ ଟ୍ରାଇଭ ଥିବା ଗାଁକୁ ରାସ୍ତା ହେବ । 350
କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି । ପୂର୍ବ ସରକାର ସମୟରେ ବ୍ରିଜ କମ
ଓ୍ବେର ଯୋଜନାର ନୂଆ ରୂପରେଖ ତିଆରି ହୋଇଛି । ଏବେଠାରୁ ବ୍ରିଜ କମ ବ୍ୟାରେଜର ନିର୍ମାଣ ହେବ ।
ଏହା ଦ୍ବାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡ଼ବଲ କରାଯିବ ବୋଲି
ବିଭାଗୀୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ କରି ରବି ନାରାୟଣ ନାୟକ କହିଛନ୍ତି ।
ସେହିପରି ବିଭାଗୀୟ
ଅଧିକାରୀ ଓ କର୍ମୀଙ୍କୁ ମନ୍ତ୍ରୀ ଚରମ ବାଣୀ ଶୁଣାଇଛନ୍ତି । ସିଧା ସିଧା କହିଛନ୍ତି କାମ ଖରାପ
ବିଭାଗୀୟ ଅଧିକାରୀ ଓ କ୍ରଣ୍ଟାକ୍ଟରଙ୍କ ଉପରେ ହେବ ଆଇନ ଗତ କାର୍ଯ୍ୟାନୁଷ୍ଠାନ । ଆଗାମୀ 100 ଦିନ ଭିତରେ 200 ବ୍ରିଜ କାମ ସାରିବା ନେଇ
ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଅଫିସର ଗାଁକୁ ଯାଆନ୍ତୁ ଓ ସରକାରୀ ଯୋଜନା ଠିକ ଭାବେ କାମ
କରୁ ବୋଲି ଡ଼ିପ୍ଲୋମା ଓ ଇଞ୍ଜିନିୟରିଂ ପିଲାଙ୍କୁ ଟ୍ରନିଂ ଦେଇ କାମରେ ନିୟୋଜିତ କରାଯିବ
ବୋଲି ମନ୍ତ୍ରୀ କହିଛନ୍ତି ।