ବିଧାନସଭାରେ
ଆରମ୍ଭ ହୋଇଛି ବିଧାୟକଙ୍କ ଶପଥ ପାଠ । ଏଥର ବିଧାନସଭାକୁ 82 ଜଣ ନୂଆ ବିଧାୟକ ଆସିଛନ୍ତି । ପ୍ରଥମ
କରି ବିଧାନସଭାକୁ ଆସିଥିବା ବିଧାୟକଙ୍କୁ ଟିକେ ଅଲଗା ଢଙ୍ଗରେ ଦେଖିକାବୁ ମିଳିଥିଲା । ବେଶ ଖୁସି
ଥିଲେ ନୂଆ କରି ନିର୍ବାଚିତ ହୋଇଥିବା ବିଧାୟକମାନେ । ବିଧାନସଭାରେ ପବିତ୍ର ଗୃହକୁ ପ୍ରବେଶ କରିବା ପୂର୍ବରୁ
ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ । ଜଣେ କି ଦୁଇ
ଜଣ ନୁହେଁ ନବ ନିର୍ବାଚିତ ବିଧାୟକଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ
ମିଳିଥିଲା ।
ପ୍ରଥମେ ବିଧାୟକ
ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା
ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ସନ୍ଧ୍ୟା 5 ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଶପଥ ଗ୍ରହଣ ପୂର୍ବରୁ ବିଧାନସଭା ପରିସରରେ
ଥିବା ଗାନ୍ଧୀ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଓ କାଲି ଦୁଇଦିନ
ବିଧାୟକଙ୍କୁ ଶପଥ ପାଠ କରାଯିବ । ଏହାପରେ 20 ରେ ରହିଛି ବାଚସ୍ପତି ନିର୍ବାଚନ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ
କରାଯାଇଛି । ତିନି ଦିନିଆ ଅଧିବେସନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ରହିଛି । ସୁରକ୍ଷା ଦାୟିତ୍ବରେ 75
ପୋଲିସ ଅଧିକାରୀଙ୍କୁ ସହ ଆଠ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ପୋଲିସ କମିଶନର
ସୁରକ୍ଷା ଦାୟିତ୍ବ ସମ୍ଭାଳିଛନ୍ତି ।