ମାନବୀୟ ତ୍ରୁଟି
ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ବୋଲି
କହିଛି ରେଲଓ୍ବେ ବୋର୍ଡ଼ ।ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟା ବର୍ମା ସିହ୍ନା
ଗଣମାଧ୍ୟମକୁ ଟେ୍ରନ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମନୁଷ୍ୟକୃତ ତ୍ରୁଟି
ଯୋଗୁ ଏହି ଦୁର୍ଘଟଣା ଘଟିଛି । ସିଗନାଲ ସ୍ବତ୍ତେ ଡ଼୍ରାଇଭର ଟ୍ରେନ ଅଟକାଇ ନ ଥଲେ । ପଛରେ
ଆସୁଥିବା ଟେ୍ରନ ଅଟକିବାର ଥିଲା ।କିନ୍ତୁ ଟ୍ରାଇଭର ଗାଡ଼ି ଅଟକାଇ ନଥଲେ । ଘଟଣାର ତଦନ୍ତ ଜାରି ରହିଛି
। ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ଜଣାପଡ଼ିକ ବୋଲି ସିହ୍ନା କହିଛନ୍ତି ।
ସେହିପରି ରେଳ
ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ 10 ଲକ୍ଷ
ଟଙ୍କା ଲେଖାଏଁ ସହାୟତା ଘୋଷଣା କରିବା ସହତ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଳପାଇଗୁଡ଼ି ଯାତ୍ରା
କରିଛନ୍ତି । ସୋମବାର ସକାଳେ ବିହାର ପଶ୍ଚିମବଙ୍ଗ ସୀମାନ୍ତ ନୂଆ ଜଲପାଇଗୁଡ଼ି ଷ୍ଟେସନ ନିକଟରେ
କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲଗାଡ଼ି ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ 15
ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋପାଇଲଟ ଏବଂ ସହକାରୀ
ଲୋକପାଇଲଟଙ୍କ ମୃତ୍ୟୁ ଘଟିଛି । ସେହିପରି ଏକ୍ସପ୍ରେସ ଟ୍ରେନର ଗାର୍ଡ଼ଙ୍କର ବି ମୃତ୍ୟୁ ହୋଇଛି
। ଏହା ସହିତ 60ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।