ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ , ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ ।ଖରା , ଗରମ ଆହୁରି 3 ଦିନ ପର୍ଯ୍ୟନ୍ତ ରହିବାର ପୂର୍ବାନୁମାନ କରିଥିଲା ପାଣିପାଗ । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ଭିତରେ ସମାନ୍ୟ ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା । ତେବେ 19 ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି କହିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଓଡ଼ିଶାରେ 4 ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଂଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ ।