2ୟ ଥର ଡ଼ିପଫେକର ଶିକାର
ହୋଇଛନ୍ତି ଆଲିୟା ଭଟ୍ଟ । ତାଙ୍କ ଡ଼ିପଫେକ ଭିଡ଼ିଓ ଏବେ ସାସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ସମୀକ୍ଷା ଅବତାର ନାମ୍ନୀ ୟୁଜର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି । ଏହାକୁ
ଅଦ୍ୟାବଧି 1.7 କୋଟିରୁ ଅଧିକ ଥର ଦେଖାଗଲାଣି । ସମୀକ୍ଷା ନିଜ ଇନଷ୍ଟା ବାୟୋରେ ଲେଖିଛନ୍ତି
ଏଆଇ ପ୍ରୟୋଗରେ ପ୍ରସ୍ତୁତି ସମସ୍ତ ଭିଡ଼ିଓ କେବଳ ମନୋରଞ୍ଜନ ପାଇଁ ଅଟେ ।
ଭିଡ଼ିଓରେ ଆଲିୟାଙ୍କୁ କଳା ରଙ୍ଗର
କୁର୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । କ୍ୟାମେରା ସାମ୍ନାରେ ମେକଅପ କରୁଥିବା ସେ ନଜର ଆସିଛନ୍ତି
। ଡ଼ିପେଫକ ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆ ୟୁଜର ପ୍ରତିକ୍ରିୟା ଦେଉଛନ୍ତି । ଏଆଇ ଅତ୍ୟନ୍ତ ବିପଦପୂର୍ଣ
ହେବାରେ ଲାଗିଛି ବୋଲି ଅନେକ କହିଛନ୍ତି ।
ଆଲିୟାଙ୍କର ପ୍ରଥମ ଡ଼ିପଫେକ ଭିଡ଼ିଓରେ ଜଣେ ଝିଅ ଧଳା ନୀଳ ଫ୍ଲେରାଲ ଡ଼୍ରେସ ପିନ୍ଧି ବୋଲ୍ଡ଼ ପୋଜ
ଦେଉଥିବା ନଜର ଆସିଥିଲା । ଏଆଇ ଯୋଗୁ ସେ ପୂରାପୂରି ଆଲିୟାଙ୍କ ଭଳି ଦିଶୁଥିଲା । କିନ୍ତୁ ତାଙ୍କ
କାର୍ଯ୍ୟକଳାପ ଓ ଭାବଭଙ୍ଗୀରୁ ୟୁଜର ଜାଣିପାରିଥିଲେ ତାହା ଡ଼ିପେଫକ ବୋଲି ।
ତେବେ ଆଲିୟାଙ୍କ ପୂର୍ବରୁ ଅନେକ
ଅଭିନେତ୍ରୀଙ୍କର ଡ଼ିପଫେକ ଭିଡ଼ିଓ ପ୍ରସ୍ତୁତ ହୋଇଛି । ରଶ୍କିକାଙ୍କଠାରୁ ଏହା ଆରମ୍ଭ ହୋଇଥିଲା । ଏହାର ପ୍ରତିକ୍ରିୟାରେ ବଲିଉଡ଼ର
ତମାମ ଷ୍ଟାର ତାଙ୍କ ସମର୍ଥନରେ ଆଗକୁ ଆସିଥିଲେ ।
କାଜୋଲଙ୍କର ପୋଷାକ ବଦଳାଇବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଡ଼ିପଫେକ ଏକ ପ୍ରକାର ନକଲି
ଭିଡ଼ିଓ । ଏଥିରେ ଅତ୍ୟନ୍ତ ଧ୍ୟାନର ସହ ଏଆଇ ଟୁଲ ବ୍ୟବହାର କରି ଚେହେରା ସ୍ବର ବା ଭାବଭଙ୍ଗୀକୁ
ବଦଳାଇ ଦିଆଯାଏ । ଏହା ପରେ ଅସଲି ଓ ନକଲି ଫରକ ଜାଣିବା ମୁସ୍କିଲ ହୋଇପଡ଼େ । ଏଆଇ ଟୁଲ ଆସିବା
ପରଠୁ ଏହି ମାମଲା ଅଧିକ ବଢୁଛି ।