ରଜ କେବଳ ଗୋଟିଏ ପର୍ବ
ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର
ପୁରପଲ୍ଲୀ । ସାରା ଓଡ଼ିଶା ଖୁସିରେ ପାଳନ କରେ ତାର ଅତି ପ୍ରିୟ ପର୍ବ ରଜ । ସାଙ୍ଗସାଥୀ ମେଳରେ ରଜେଦାଳି ଖେଳ ଆଉ ତା
ସାଙ୍ଗକୁ ପାନର ପସରା ଓ ପୋଡ଼ପିଠାର ମହକ । ଚାରିଆଡ଼େ ଖେଳିଯାଏ ଆନନ୍ଦର ମାହୋଲ । ତିନି ଦିନ
ଧରି ଚାଲିଥାଏ ରଜ ମଉଜ । ଦ୍ବିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ
ହୁଏ । ତିନି ଦିନିଆ ରଜ ମଉଜରେ ଆଜି ଦ୍ବିତିୟ ଦିବସ
। ଅର୍ଥାତ ରଜ ସଂକ୍ରାନ୍ତି । ରବିବାର ତୃତୀୟ ଦିବସ ହେଉଛି ଭୂମିଦାୟ ବା ଭୂମି ଦହନ । ସେହିଭଳି
ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଯାହା ସୋମବାର ପଡ଼ିବ ।
ସୂଚନା ଥାଉକି ଏହା
ଚାଷର ଆରମ୍ଭକୁ ସୂଚାଇ ଥାଏ । ରଜ ଶଦ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା ଯାହା ପୃଥୀବିକୁ ମାତା ଭାବନରେ ବିବେଚନା କରି ବର୍ଷାର
ଆଗମନରେ ସେ ରଜସ୍ବଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି
ଦିନରେ ଚାଷୀମାନେ ବସୁମତୀ ତଥା ହଳଳଙ୍ଗଳ ପୂଜନ କରିବା
ସହ ଚାଷ କାମରୁ ତିନି ଦିନ ପାଇଁ ବିରତି
ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅଙ୍କ
ଲୁଡ଼ୁ ,ତାସ, ବାଗୁଡ଼ି ଆଦି ଖେଳ ଏହି ଦିବସଟି ପାଳନ କରାଯାଇଥାଏ ।