ଶୁକ୍ରବାର ରାତି
ମ୍ୟାଚରେ ୟୁଏଏସ୍ଏ ଓ ଆୟର୍ଲାଣ୍ଡ ସାମ୍ନାସାମ୍ନି ହେବେ । ଲାଉଡ଼ରହିଲା ସ୍ଥିତ ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ଼ ରିଜିଓନାଲ ପାର୍କ ଷ୍ଟାଡ଼ିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ
ଖେଳେଯିବ । ଏବେ ଫ୍ଲୋରିଡ଼ାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୟୁଏସଏ – ଆୟର୍ଲାଣ୍ଡ୍ ମ୍ୟାଚ ବାତିଲ ଆଶଙ୍କା ଉପୁଜିଛି । ସଦର୍ଣ ଫ୍ଲୋରିଡ଼ାରେ କିଛିଦିନ ହେବ
ବର୍ଷା ଲାଗିଛି । ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି
ହୋଇଛି । ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସ୍ଥାନୀୟ ପାଣିପାଗ
କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫ୍ଲୋରିଡ଼ାରେ ଗତ 12 ତାରିଖରେ ଏଠାରେ ଖେଳାଯିବାକୁ
ଥିବା ନେପାଳ – ଶ୍ରୀଲାଙ୍କା ମ୍ୟାଚକୁ ବର୍ଷା ଧୋଇ ନେଇଥିଲା ।
ଶୁକ୍ରବାର ମଧ୍ୟ ୟୁଏସଏ – ଆୟର୍ଲାଣ୍ଡ ମ୍ୟାଚ ବାତିଲ ହେବା ଏକ ପ୍ରକାର ନିଶ୍ଚିତ
। ଯଦି ମ୍ୟାଚ ବାତିଲ ହୁଏ ତା ହେଲେ ଉଭୟ ଦଳ ପଏଣ୍ଟ ଭାଗ କରିବେ ଏବଂ ୟୁଏସଏ ସୁପର 8ରା ପ୍ରବେଶ କରିବ । ୟୁଏସଏ 3 ଟି
ମ୍ୟାଚ ଖେଳି 4 ପଏଣ୍ଟ ହାସଲ କରିଛି । ଫଳରେ ଦଳର ପଏଣ୍ଟ ସଂଖ୍ୟା 5 ରେ ପହଞ୍ଚିବ । ପାକିସ୍ତାନ ଶେଷ
ମ୍ୟାଚରେ ଆୟର୍ଲାଣ୍ଡକୁ ହରାଇଲେ ମଧ୍ୟ ବାଦ ପଡ଼ିବ ।
ଫ୍ଲୋରିଡ଼ାରେ
ୟୁଏସଏ ଆୟର୍ଲାଣ୍ଡ ମ୍ୟାଚ ବ୍ୟତୀତ ଆଉ 2 ଟି ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଆସନ୍ତା 15 ରେ
ଭାରତ କାନାଡ଼ା ଏବଂ 16 ତାରିଖରେ ଆୟର୍ଲାଣ୍ଡ – ପାକିସ୍ତାନ ମ୍ୟାଚ
ଖେଳାଯିବ ।ଉଭୟ ମ୍ୟାଚ ମଧ୍ୟ ବାତିଲ ହେବା ସମ୍ଭବନା ରହିଛି । ଆୟୋଜକ ୟୁଏସଏ ଏଥର ବିଶ୍ବକପରେ ଭଲ
ପ୍ରଦର୍ଶନ କରି ଅଗଣିତ ପ୍ରଶଂସକ ସୃଷ୍ଟି କରିଛି
। ଦଳ ପ୍ରଥମ ମ୍ୟାଚରେ କାନାଡ଼ାକୁ 7 ଓ୍ବିକେଟ ହରାଇ ଅଭିଯାନ ଆରମ୍ଭ କରିଥିଲା । ଏହାପରେ
ପାକିସ୍ତାନ ସୁପର ଓଭରରେ ପରାଜିତକରି ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ଗତ 12 ତାରିଖରେ ଦଳ ଭାରତ
ନିକଟରୁ 7 ଓ୍ବିକେଟରେ ପରାଜିତ ହୋଇଥିଲା । ଅନ୍ୟ ପଟରେ ଆୟର୍ଲାଣ୍ଡ 2 ଟି ମ୍ୟାଚ ଖେଳି
ଯଥାକ୍ରମେ ଭାରତ ଓ କାନାଡ଼ା ନିକଟରୁ ପରାଜିତ ହୋଇଛି ।