କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଠଗଡ଼ ବିଧାୟକ
ରାଜା ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।
ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା । ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ନେବା
ପରେ ରାଜା ସ୍ବାଇଁ ମନ୍ତ୍ରମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଇବାକୁ
ପ୍ରସ୍ତାବ ଦେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ
ଧନ୍ୟବାଦ । ଆସନ୍ତା 18 ଓ 19 ତରିଖରେ ବିଧାନସଭା
ବିଧାୟକ ମାନଙ୍କ ଶପଥଗ୍ରହଣ ହେବ । ଆସନ୍ତା 20 ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ । କାମଚଳା ବାଚସ୍ପତି ଭାବେ
ଏହି 3 ଦିନର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବା ବୋଲି କହିଛନ୍ତି ରାଜା ସ୍ବାଇଁ ।