ଗୋଲଡ଼ ସ୍କିମରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ଼
ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ
ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦେଶ ଦେଇଛି । କୁନ୍ଦ୍ରା ଦମ୍ପତିଙ୍କ ଦ୍ବାରା
ପ୍ରତିଷ୍ଠିତ କମ୍ପାନୀ ସତ୍ୟୁଗ ଗୋଲ୍ଡ଼ ପ୍ରା.ଲିଃ ସୁନା ସ୍କିମରେ ଲୋକଙ୍କ ଠାରୁ ଜମା ସଂଗ୍ରହ
କରୁଥିଲା । ଏହି ସଂସ୍ଥାରେ ଜାଲିଆତି କରାଯାଉଥିବା ନେଇ ସିଦ୍ଧି ବୁଲିଅନ୍ସର ପରିଚାଳନା ନିର୍ଦେଶକ
ପୃଥ୍ବୀରାଜ କୋଠରୀ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଠକେଇ , ବିଶ୍ବଘାତକ ଆଦି
ଅଭିଯୋଗରେ ଏତଲା ଦାଏର କରି ତଦନ୍ତ କରିବାକୁ ଅତିରିକ୍ତ ସେସନ୍ସ ଜଜ୍ ଏନ୍ ପି ମେହେଟ୍ଟା
ବିକେସି ଥାନା ପୋଲିସକୁ ନିର୍ଦେଶ ଦେଇଛନ୍ତି । ଓକିଲ ହରିକୃଷ୍ଣ ଏବଂ ବିଶାଲ ଆଚାର୍ଯ୍ୟଙ୍କ
ଅଭିଯୋଗ ଅନୁଯାୟୀ କୁନ୍ଦ୍ରା ଦମ୍ପତିଙ୍କ କମ୍ପାନୀରେ 2014 ରେ ଗୋଲ୍ଡ଼ ସ୍କିମ ଆରମ୍ଭ କରିଥିଲା
। କୋଠରି 5 ବର୍ଷିଆ ଯୋଜନାର 90,38,600 ଟଙ୍କା ନିବେଶ କରିଥିଲେ । ପ୍ରତିଶ୍ରୁତି ଅନୁଯାୟୀ
ତାଙ୍କୁ 2019 ଏପ୍ରିଲ 2ରେ 5.000 ଗ୍ରାମ 24 କ୍ୟାରେଟ ସୁନା ମିଳିବା କଥା । ତେବେ ମାଚ୍ୟୁରିଟି
ତାରିଖରେ ସେହି ପରିମାଣର ସୁନା ଦିଆଯାଇ ନଥିଲା ବୋଲି କୋଠାରି ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ ଏହିପରି ଏକ ସମ୍ପୂଣ୍ଣ ଠକେଇ ଯୋଜନା
କରି ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରି ପରସ୍ପର ସହ ଠକେଇ ଏବଂ ବିଶ୍ବାସ ଭଙ୍ଗ କରିଥିଲେ ।