ଟ୍ବେଣ୍ଟି 20 ବିଶ୍ବକପରେ ସୁପର 8 ରେ ପ୍ରବେଶ କରିଛି ଭାରତ । ଅର୍ଶଦୀପ ସିଂହଙ୍କ 4 ଓ୍ବିକେଟ ଓ ସୂର୍ଯ୍ୟକୁମାର
ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆମେରିକାକୁ
7 ଓ୍ବିକେଟରେ ପରାସ୍ତ କରି ସୁପର 8 ରେ ପ୍ରବେଶ କରିଛି ଭାରତୀୟ ଦଳ । ଗ୍ରୁପ ଏ ରେ ତିନୋଟଇ
ଯାକ ମ୍ୟାଚ ଜିତି ଭାରତ ଶ୍ରେଷ୍ଠ 8 ଟି ଦଳ ମଧ୍ୟରେ ସ୍ଥାନ ନିଶ୍ଚିତ କରିଛି । ବୁଧବାର ଖେଳାଯାଇଥିବା
ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅପରାଜିତା 50 ରନ ଏବଂ ଶିବମ ଦୁବେ ଅପରାଜିତା 31 ରନ ଇନିଂସ ଖେଳି
ଭାରତକୁ ଜିତାଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଆମେରିକା 8 ଓ୍ବିକେଟ ହରାଇ 110 ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଦଳ ପକ୍ଷରୁ ନୀତିଶ କୁମାର ୨୭ରନ ଓ ଷ୍ଟିଭେନ୍
ଟେଲର୍ ୨୪ରନ ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଭାରତର ଏହି ବିଜୟ ପରେ ପାକିସ୍ତାନ ବେଶ ଖୁସି
ହୋଇଛି।
ପ୍ରଥମ ଦୁଇଟି ଯାକ ମ୍ୟାଚ ଜିତିଥିବା ଆମେରିକା ଭାରତୀୟ
ଇନିଂସ ଆରମ୍ଭରେ ଶକ୍ତ ଝଟକା ଦେଇଥିଲା। ୩ୟ ଓଭର ସୁଦ୍ଧା ଭାରତର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ
ବିରାଟ କୋହଲି ଓ ରୋହିତ ଶର୍ମା ଆଉଟ ହୋଇଥିଲେ। କୋହଲି ଖାତା ଖୋଲି ପାରିନଥିବା ବେଳେ ରୋହିତ
ଶର୍ମା ମାତ୍ର ୩ରନ କରି ବିଦାୟ ନେଇଥିଲେ। କିନ୍ତୁ ପରେ ଏହି ନିମ୍ନମାନର ପିଚ୍ରେ ଋଷଭ ପନ୍ତ୍, ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେ ନିଜର କମାଲ ଦେଖାଇଥିଲେ। ଫଳରେ ଭାରତ ବିଜୟ ହୋଇଥିଲା।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂହ ପ୍ରଥମ ବଲରେ ଝଟକା
ଦେଇଥିଲେ। ସେ ଟି-୨୦ ବିଶ୍ୱକପରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ
କରିଥିଲେ। ଆଣ୍ଡ୍ରିଜ୍ ଗୌସ୍ ମଧ୍ୟ ଫିଲ୍ଡରେ ବେଶ ସମୟ ତିଷ୍ଠି ପାରନଥିଲେ। ୨ରନ କରି
ପାଭିଲିୟନ ଫେରିଥିଲେ। ପାୱାର ପ୍ଲେର ପ୍ରଥମ ୬ଓଭରରେ ଆମେରିକା ମାତ୍ର ୧୮ ରନ କରିଥିଲା। ଅନ୍ତିମ
ଓଭରରେ ୮ୱିକେଟ ହରାଇ ୧୧୦ ରନ କରିଥିଲା ଆମେରିକା। ଯାହାକୁ ଭାରତ ସହଜରେ ପୂରଣ କରିଥିଲା।