ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ
ହେବା ପରେ ତାଙ୍କର ପ୍ରମୁଖ ସଚିବ ପ୍ରମୋଦ
କୁମାର ମିଶ୍ର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲଙ୍କ ଉପରେ ଭରସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶକ୍ରମେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ
କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଏବଂ ଏନଏସଏ ମୁଖ୍ୟ ଅଜିତ
ଡ଼ୋଭାଲଙ୍କ କର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ
ଡ଼ୋଭାଲଙ୍କ କର୍ଯ୍ୟକାଳ ବୃଦ୍ଧି ପାଇଛି । ଏଥିସହିତ ଲଗାତାର ଭାବେ ତୃତୀୟ ଥର ପାଇଁ ଅଜିତ
ଡ଼ୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତତା ହୋଇଛନ୍ତି । ସେହିପରି ବରିଷ୍ଠ ପ୍ରଶାସକ
ପ୍ରମୋଦ କୁମାର ମିଶ୍ର ପଦ ବଜାୟ ରଖିଛନ୍ତି । ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ
ସଚିବ ଭାବେ ପଦ ବଜାୟ ରଖିଲେ । ଗୁଜୁରାଟ କ୍ୟାଡ଼ରର ପୂର୍ବତନ ଆଇଏଏସ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ
ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ଭାବେ ନିଯୁକ୍ତି ମିଳିଛି ।